logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କୁଣ୍ଡାପିଠା ସାପ୍ତାହିକ ଭାଗବତ ପାରାୟଣ ର ଚତୁର୍ଥ ଦିବସରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ପାଳନ

କୁଣ୍ଡାପିଠା ଶ୍ରୀ ଶ୍ରୀ ରାଧାକୃଷ୍ଣ ମହାପ୍ରଭୁ ଭାଗବତ ଟୁଙ୍ଗିରେ ସାପ୍ତାହିକ ଭାଗବତ ପାରାୟଣ ଚତୁର୍ଥ ଦିବସରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ

କେନ୍ଦୁଝର,୩୦/୩ -- ସ୍ଥାନୀୟ ଘଟଗାଁ ବ୍ଲକ ଅନ୍ତର୍ଗତ କୁଣ୍ଡାପିଠା ଗ୍ରାମର ଶ୍ରୀ ଶ୍ରୀ ରାଧାକୃଷ୍ଣ ମହାପ୍ରଭୁ ଭାଗବତ ଟୁଙ୍ଗୀ ଆନୁକୂଲ୍ୟରେ ଅନୁଷ୍ଠିତ ସାପ୍ତାହିକ ଭାଗବତ ପାରାୟଣର ଚତୁର୍ଥ ଦିବସରେ ଭକ୍ତଙ୍କ ସମାବେଶରେ ଶୁଭ ମୁହୂର୍ତ୍ତରେ ଭାଗବତ ଭଗବାନଙ୍କ ମଙ୍ଗଳ ଆଳତୀ କରି ସୂର୍ଯ୍ୟ ପୂଜା, ଗୁରୁ ପୂଜା ଓ ସର୍ବଦେବମୟୀ ଗୋମାତାଙ୍କ ପୂଜା ଯଥାବିଧି ଅନୁଷ୍ଠିତ ହେଲା।ଆଚାର୍ଯ୍ୟ ଦାଶରଥି ପ୍ରଧାନ ଭଗବଦ୍ ଗୀତା,ଗୋପାଳ ସହସ୍ରନାମ ତଥା ହନୁମାନ ଚାଳିଶା ପାଠ କଲେ। ଏହାପରେ ଭାଗବତ ପାରାୟଣ ଆରମ୍ଭ କରାଗଲ। ପଣ୍ଡିତ ଅଭିଜିତ୍ ପଣ୍ଡା, ଆଚାର୍ଯ୍ୟ ଦାଶରଥି ପ୍ରଧାନ,ପଣ୍ଡିତ ରାମ ନାରାୟଣ ଶର୍ମା, ପଣ୍ଡିତ ସୁଶାନ୍ତକୁମାର ଦାଶ, ପଣ୍ଡିତ ସନ୍ତୋଷ କୁମାର ପତି, ପଣ୍ଡିତ ବିଷ୍ଣୁ ଆଚାର୍ଯ୍ୟ,ପଣ୍ଡିତ ଜଗବନ୍ଧୁ ଆଚାର୍ଯ୍ୟ ଓ ପଣ୍ଡିତ ରବୀନ୍ଦ୍ର ପାଢ଼ୀ ସୁମଧୁର ସ୍ବରରେ ଭାଗବତ ପାରାୟଣ କଲେ।।ମୁଖ୍ୟ ଶ୍ରୋତା ନକୁଳ ଚନ୍ଦ୍ର ପଲେଇ ଓ ତାଙ୍କର ଧର୍ମପତ୍ନୀ ନିରୁପମା କବି, ପଦ୍ମନାଭ ପଲେଇ ଓ ତାଙ୍କର ଧର୍ମପତ୍ନୀ ଯଶୋଦା ପଲେଇ, ରାଜୁ ପଲେଇ ଓ ତାଙ୍କର ଧର୍ମପତ୍ନୀ ଲିଜା ପଲେଇ ତଥା କୁଣ୍ଡାପିଠା ଗ୍ରାମବାସୀ ଏବଂ ହରିଚନ୍ଦନପୁର ବ୍ଲକ ଉପସଭାପତି ଭୀମସେନ ସାହୁ,ସମ୍ପାଦକ ବିଚିତ୍ରାନନ୍ଦ ବେହେରା, ଘଟଗାଁ ବ୍ଲକର ଭାଗବତ ପ୍ରେମୀ ଭକ୍ତମାନେ ଅଦିତୀଙ୍କ ପୟୋବ୍ରତ , ବଳିଙ୍କୁ ବାମନ ଭଗବାନଙ୍କ ଅନୁଗ୍ରହ, ରାଜା ଅମ୍ବରୀଶ ଚରିତ, ଦୁର୍ବାସାଙ୍କ ଦୁଃଖ ନିବୃତ୍ତି ଓ ଭଗବାନ ଶ୍ରୀକୃଷ୍ଣଙ୍କ ଆବିର୍ଭାବ ଆଦି ପ୍ରସଙ୍ଗ ଶ୍ରଦ୍ଧା ଓ ଭକ୍ତିର ସହିତ ଶ୍ରବଣ କରିଥିଲେ। କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ ଏବଂ ଘଟଗାଁ ବ୍ଲକର ଉପସଭାପତି ମଦନ ମୋହନ ବେଜ, ବରିଷ୍ଠ ଭାଗବତ ପ୍ରବଚକ ରଘୁନାଥ ପଣ୍ଡା ଆଜିର ପଠିତ ପ୍ରସଙ୍ଗରେ ଭାଗବତ ଆଲୋଚନା କରି ଭକ୍ତ ମାନଙ୍କୁ ଭାଗବତ ରସ ଆସ୍ୱାଦନ କରାଇ ଥିଲେ। ଦଶମ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ଭଗବାନ ଶ୍ରୀକୃଷ୍ଣଙ୍କ ଆବିର୍ଭାବ ପରେ ଚତୁର୍ଥ ଦିବସ ପାରାୟଣର ବିଶ୍ରାମ ଦିଆଗଲା। ଦେବକୀ ଅଭିନୟରେ ଲିଜା ପଲେଇ , ବସୁଦେବ ରୂପେ ରାଜେନ୍ଦ୍ର ପଲେଇ , ଉଗ୍ରସେନ ରୂପେ ଶିବପ୍ରସାଦ ମହାକୁଡ ଅଭିନୟ କରି କୃଷ୍ଣ ଜନ୍ମୋତ୍ସବ ମହା ଆନନ୍ଦରେ ପାଳନ କରାଗଲା ।ଏଥିରେ ବାବୁଲାଲ ପଲେଇ, ଶିବପ୍ରସାଦ ମହାକୁଡ, ଗୁରୁଚରଣ ପଲେଇ,ରାଜେନ୍ଦ୍ର ପଲେଇ,ଅର୍ଜୁନ ପଲେଇ, ଲୋକନାଥ ପଇଦା,ଭଜ ପଇଦା , ପ୍ରଫୁଲ୍ଲ ପଲେଇ, ଦୁ଼ଃଖବନ୍ଧୁ ପଇଦା ,ସାଧୁ ଚରଣ ନାଏକ, ବିଶ୍ବନାଥ ପଇଦା, ନରହରି ପଇଦା,ଗୌତମ ମହାକୁଡ଼ ଆଦି ପ୍ରମୁଖ ସଦସ୍ୟ ପୂର୍ଣ୍ଣ ସହଯୋଗ କରିଥିଲେ।

ରିପୋର୍ଟର - ଆଚାର୍ଯ୍ୟ ଦାଶରଥି ପ୍ରଧାନ, ସଭାପତି କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି

ଉପସ୍ଥାପନା - ବାବୁଲାଲ ପଲେଇ ଆଇମା ମିଡିଆ
ମୋବାଇଲ୍ - ୯୪୩୭୧୫୨୯୩୬

14
6327 views

Comment