logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଦାମନଯୋଡ଼ି:ଡିପିଏସର କ୍ରିକେଟ ପ୍ରଶିକ୍ଷଣ ଶିବିର ଉଦଯାପିତ,କୋରାପୁଟ,ଓଡ଼ିଶା

ଦାମନଯୋଡ଼ି,୩୦/୦୩: ନାଲକୋ ଟାଉନସିପ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ(ଡିପିଏସ) ଓ ସରସ୍ବତୀ ବିଦ୍ୟାମନ୍ଦିର(ଏସଭିଏମ)ର ୭୫ଜଣ ଛାତ୍ରଛାତ୍ରୀଙ୍କୁ ନେଇ ୨୩ ତାରିଖରୁ ଚାଲିଥିବା କ୍ରିକେଟ ପ୍ରଶିକ୍ଷଣ ଶିବିର ସୋମବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି।ନାଲକୋ ପକ୍ଷରୁ ଅନୁଷ୍ଠିତ ଏହି ଶିବିରରେ ପୂର୍ବତନ ଆନ୍ତର୍ଜାତୀୟ କ୍ରିକେଟ ଖେଳାଳୀ ତଥା ନାଲକୋ ଏଜିଏମ ଦେବାଶିଷ ମହାନ୍ତି ପିଲାମାନଙ୍କୁ କ୍ରିକେଟ ପ୍ରଶିକ୍ଷଣ ଦେଇଥିଲେ।ଡିପିଏସ ଅଡିଟୋରିୟମରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ନାଲକୋ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ ଗୁପ୍ତା ମୁଖ୍ୟ ଅତିଥି ଓ ମୁଖ୍ୟ ମହାପ୍ରବନ୍ଧକ ସୁଗାତୋ ଆନନ୍ଦ ବାସୁ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।ସେହିପରି ନାଲକୋ ସ୍ପୋର୍ଟସ ସେଲ ଅଧିକାରୀ ଅରୁଣ କୁମାର ମହାନ୍ତି,ଆନ୍ତର୍ଜାତୀୟ କ୍ରିକେଟ ଖେଳାଳୀ ଦେବାଶିଷ ମହାନ୍ତି,ସରସ୍ବତୀ ବିଦ୍ୟାମନ୍ଦିରର ଅଧ୍ୟକ୍ଷ ଡ଼ଃ.ଶୁଭ୍ରାଂଶୁ ଶେଖର ବାହିନୀପତି ଓ ଡିପିଏସ ଅଧ୍ୟକ୍ଷା ସୁଜାତା ପାଣି ଅତିଥି ରୂପେ ଯୋଗ ଦେଇଥିଲେ।ମୁଖ୍ୟ ଅତିଥି ଶ୍ରୀ ଗୁପ୍ତା ଓ ସମ୍ମାନିତ ଅତିଥି ଶ୍ରୀ ବାସୁ ନିଜ ନିଜ ବକ୍ତବ୍ୟରେ ପିଲାମାନଙ୍କ ପାଇଁ ଖେଳର ଆବଶ୍ୟକତା ଓ ନୂତନ କୌଶଳ ଅର୍ଜନର ଆବଶ୍ୟକତା ବିଷୟରେ ମତ ଦେଇଥିଲେ।ଓଡ଼ିଶା କ୍ରିକେଟ ଆସୋସିଏସନର ମନୋଜ ବିଶ୍ଵାଳ(ଶିବିରର ଫିଟନେସ କୋଚ) ଓ ଜିଲ୍ଲାସ୍ତରୀୟ କ୍ରିକେଟ କୋଚ ବଳରାମ ପାଣିଗ୍ରାହୀ ନିଜ ନିଜ ବକ୍ତବ୍ୟ ରଖିଥିଲେ।ଏସଭିଏମର ଶାରୀରିକ ଶିକ୍ଷାଶିକ୍ଷକ ଡଃ ନିରୋଦ କୁମାର ପ୍ରଧାନ,ଡିପିଏସର ଶାରୀରିକ ଶିକ୍ଷା ଶିକ୍ଷୟିତ୍ରୀ ଅଞ୍ଜନା ମହାପାତ୍ର ଓ ଶାରୀରିକ ଶିକ୍ଷା ଶିକ୍ଷକ ନବକିଶୋର ପଣ୍ଡାଙ୍କ ତତ୍ତ୍ଵାବଧାନରେ ଶିବିର ଆୟୋଜିତ ହୋଇଥିଲା।ଶ୍ରୀ ଦେବାଶିଷ ମହାନ୍ତି ଶିକ୍ଷା ଦେଇଥିବା ବିଭିନ୍ନ କୌଶଳ ଭବିଷ୍ୟତରେ ବେଶ ଉପଯୋଗୀ ହୋଇପାରିବ ବୋଲି ବହୁ ଶିବିରାର୍ଥି ମତ ଦେଇଥିଲେ।ସମସ୍ତ ଶିବିରାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।ଉତ୍ସବରେ ଶ୍ରୀ ଦେବାଶିଷ ମହାନ୍ତି ଓ ମନୋଜ ବିଶ୍ଵାଳଙ୍କୁ ସ୍ମୃତି ଫଳକ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା।ଡିପିଏସର ବରିଷ୍ଠ ଶିକ୍ଷକ ଦୀପ୍ତି ପ୍ରକାଶ ପଣ୍ଡା ଶିବିରର ଦିନଚର୍ଯ୍ୟା ପାଠ କରିଥିଲେ ଓ ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

46
5391 views

Comment