logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସାଂସ୍କୃତିକ ସଂଗଠନ ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ ପାଳନ।

ଲୋକକଳା ଗ୍ରାମ ବିରଲକ୍ଷ୍ମଣ ପୁର ରେ ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସାଂସ୍କୃତିକ ସଂଗଠନ ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ ପାଳନ। ମାଲକାନଗିରି,୨୯/୩:ଲୋକକଳା ଗ୍ରାମ ବିରଲକ୍ଷ୍ମଣ ପୁର ଆମ୍ବତୋଟା ରେ ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସାଂସ୍କୃତିକ ସଂଗଠନ ପକ୍ଷରୁ ସଭାପତି ଅନାଦି କଡ଼ା ଙ୍କ ଅଧ୍ୟକ୍ଷତା ରେ ବିଶ୍ୱ ନାଟ୍ୟଦିବସ ଆଡ଼ମ୍ବର ସହ ପାଳିତ ହୋଇଯାଇଛି। ଉକ୍ତଉତ୍ସବରେ ପୂର୍ବତନ ସାହିତ୍ୟ ଏକାଡେମୀ ସଦସ୍ୟ ବରିଷ୍ଠ ସାମ୍ବାଦିକ ରତ୍ନାକର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ୱ ନାଟ୍ୟ ଦିବସ ଓ ନାଟକ ପରମ୍ପରା ସମ୍ପର୍କରେ ଅବଗତ କରାଇଥିଲେ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେ ଦେଶିଆ ନାଟ ଦ୍ୱାରା କଳା ସଂସ୍କୃତି ବଞ୍ଚିରହିଛି,ମଞ୍ଚ ନାଟକ ଦ୍ବାରା ଆବହମାନ କାଳରୁ ସମାଜ ପ୍ରଭାବିତ ହୋଇ ଆସିଛି, ସମାଜରେ ସୁଧାର ଆଣିବା ପାଇଁ ନାଟକର ପରମ୍ପରାକୁ ଉଜ୍ଜୀବିତ କରିବାର ଆବଶ୍ୟକତା ରହିଛି,ବିଶ୍ବରେ ପ୍ରଚଳିତ ନାଟକର ଐତିହ୍ୟ ପ୍ରସଙ୍ଗରେ ଆଲୋକପାତ କରି ଥିଲେ,ମୁଖ୍ୟଵକ୍ତା ଭାବେ ନାଟଗୁରୁ ଧନଫୁଲ ବାରିକ, ସମ୍ମାନୀତ ଅତିଥି ଭାବେ ନାଟଗୁରୁ ଭୀମସେନ ଖୁଡ଼ପିଆ,ନାଟ୍ୟକାର ଦାମ ଦରକଡ଼ା, ଅନ୍ୟତମ ଅତିଥି ଭାବେ ରାମଚନ୍ଦ୍ର ହନ୍ତାଳ, ଅନନ୍ତ ବର୍ଜା ଯୋଗ ଦେଇ ଦେଶିଆ ନାଟ ରେ ଥ‌ିବା ଆଦର୍ଶ, ନୀତି, ରୀତି ଓ ସମାଜିକ ମୂଲ୍ୟବୋଧ ସମ୍ପର୍କରେ ସୁନ୍ଦର ଏବଂ ସରଳ ଭାଷାରେ ପ୍ରାଞ୍ଜଳ ଭାବରେ ଉଦ‌ବୋଧନ ଦେଇ ଦର୍ଶକ ମାନଙ୍କୁ ବିମୋହିତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ଶତାଧିକ ନାଟଗୁରୁ ଓ ଦେଶିଆ ନାଟ ଦଳ ର କଳାକାର ମାନେ ଉପସ୍ଥିତ ରହି ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କ ରେ ଆଲୋକ ପାତ କରିଥିଲେ, ଏହି ଅବସର ରେ ଲୋକ କଳା ଗ୍ରାମ ର ମହିଳା ମାନେ ସ୍ୱରଚିତ ଗୀତ କୁଡ଼ିଆ ଗାଇଥିଲେ।

28
1275 views

Comment