logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଡକାୟତି ପୂର୍ବରୁ ପୋଲିସର ବଡ଼ ସଫଳତା: ଦୁଇ ଅଭିଯୁକ୍ତ ଗିରଫ, ତିନି ଫେରାର

ବରଗଡ଼ ସହରରେ ଏକ ବଡ଼ ଧରଣର ଅପରାଧକୁ ରୋକିବାରେ ବରଗଡ଼ ଟାଉନ ଥାନା ପୋଲିସକୁ ବଡ଼ ସଫଳତା ମିଳିଛି। ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଚଢ଼ାଉ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ତିନି ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବରଗଡ଼ ଟାଉନ ଥାନା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ବରଡୋଲ ରାସ୍ତାରେ କିଛି ଦୁର୍ବୃତ୍ତ ସନ୍ଦେହଜନକ ଭାବେ ରୁଣ୍ଡ ହୋଇ ଡକାୟତି ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ। ପୋଲିସ ତତ୍ପରତା ଦେଖାଇ ଚଢ଼ାଉ କରିବାରୁ ଦୁଇ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲା।
ଗିରଫ ଅଭିଯୁକ୍ତ
ସତ୍ୟମ ଚୌଧୁରୀ (ବ୍ରହ୍ମଚାରୀ ଅଞ୍ଚଳ, ବରଗଡ଼)
କିରଣ ନାଗ (ୱାର୍ଡ ନମ୍ବର-୧୬, ବରଗଡ଼)
ପୋଲିସ ଘଟଣାସ୍ଥଳରୁ ଅପରାଧରେ ବ୍ୟବହୃତ ହେବାକୁ ଥିବା
୧ଟି ସ୍କର୍ପିଓ ଗାଡ଼ି
୨ଟି ମୋବାଇଲ ଫୋନ
ବିପୁଳ ପରିମାଣର ମାରଣାସ୍ତ୍ର
ଫେରାର ହୋଇଯାଇଥିବା ଅନ୍ୟ ତିନି ଜଣ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଏହି ଘଟଣା ପରେ ବରଗଡ଼ ଅଞ୍ଚଳରେ ପୋଲିସର ସଜାଗତାକୁ ସାଧାରଣରେ ପ୍ରଶଂସା କରାଯାଇଛି।

14
558 views

Comment