logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବାରକୋଟରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର: ୫୧ ଟି ଅଭିଯୋଗ ଗ୍ରହଣ


ଦେବଗଡ଼, ତା ୩୦/୦୩/୨୦୨୬ ରିଖ : - ବାରକୋଟ ବ୍ଲକ ମଧ୍ୟପୂର ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଛି।ଏହି ଶିବିରରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ମୋଟ ୫୧ ଟି ଅଭିଯୋଗ ଗ୍ରହଣ କରିଥିଲେ। ଏଥିରେ ୩୨ ଟି ବ୍ୟକ୍ତିଗତ ଓ ୧୯ ଟି ସାମୁହିକ ଅଭିଯୋଗ ରହିଥିବା ଜଣାପଡିଛି।
ଅଭିଯୋଗଗୁଡିକ ମଧ୍ୟରେ ଘରବାରୀ ପଟ୍ଟା (୦.୦୪), ପାନୀୟ ଜଳ ସୁବିଧା, ଷ୍ଟ୍ରିଟଲାଇଟ ବ୍ୟବସ୍ଥା, ସୁଭଦ୍ରା ଯୋଜନା ଓ ମେଗା ଲିଫ୍ଟ ଇରିଗେସନ ପ୍ରକଳ୍ପର ଉନ୍ନତି ସମ୍ପର୍କିତ ମୁଖ୍ୟ ସମସ୍ୟା ଉଠିଥିଲା। ଅଭିଯୋଗଗୁଡିକୁ ଗୁରୁତ୍ୱର ସହ ଶୁଣି ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ସମ୍ପର୍କିତ ବିଭାଗୀୟ
ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ। ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର, ମୁଖ୍ୟ ଉନ୍ନୟନ ତଥା ସିଇଓ ଜିଲ୍ଲାପରିଷଦ ରାଜେନ୍ଦ୍ର କୁମାର ମିଞ୍ଜ, ଉପଜିଲ୍ଲାପାଳ ପରିକ୍ଷିତ ସାହୁ, ଏସିଏଫ୍ ଅରୁଣ ବେହେରା, ଡେପୁଟି କଲେକ୍ଟର ଅଞ୍ଜୁନି କୁଜୁର, ବିଡିଓ ବାରକୋଟ ସୂର୍ଯ୍ୟକାନ୍ତ ବରିହା ଓ ତହସିଲଦାର ସହ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

5
82 views

Comment