ଝୁମ୍ପୁ୍ରା ସରକାରୀ ଉ.ପ୍ରା. ମକ୍ତବ ର ବାର୍ଷିକ ଉତ୍ସବ ୨୦୨୬
*ଝୁମ୍ପୁ୍ରା ସରକାରୀ ଉ.ପ୍ରା. ମକ୍ତବ ର ବାର୍ଷିକ ଉତ୍ସବ ୨୦୨୬*
ଝୁମ୍ପୁ୍ରା, ୨୯/୦୩ (ଖଣ୍ଡାଧାର ନିଉଜ) ଆଜି ଝୁମ୍ପୁରା ସରକାରୀ ଉଚ୍ଚ ପ୍ରାଥମିକ ମକ୍ତଵ୍ ର ବାର୍ଷିକ ଉତ୍ସବ ଝୁମ୍ପୁ୍ରା ମୁସଲିମ୍ ସମାଜର ସଭାପତି ସର୍ଦ୍ଦାର ହଫିଜୁର୍ ରହମାନ ଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ସଭା ପରିଚାଳନା କରିଥିଲେ ଏହି ବିଦ୍ୟାଳୟର ସହକାରୀ ଶିକ୍ଷକ ଶୈାକତୁଲ୍ଲା଼ ଅନସାରୀ; ସେ ହିଁ ଅତିଥିମାନଙ୍କ ପରିଚୟ କରାଇବା ସହିତ ସ୍ୱାଗତ ସଂଭାଷଣ ମଧ୍ୟ ଦେଇଥିଲେ। ଛାତ୍ରୀମାନଙ୍କ ଦ୍ୱାରା ଅତିଥିମାନଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା। ଶ୍ରୀ ବିଜୟ ବେହେରା, ଅବସରପ୍ରାପ୍ତ ସହ ଗୋଷ୍ଠୀ ଶିକ୍ଷାଧିକାରୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ଡକ୍ଟର ଅବଦୁଲ୍ ରହମାନ୍ ଅବସରପ୍ରାପ୍ତ ଶିକ୍ଷକ ଓ ବରିଷ୍ଠ ସାମାଜିକ କର୍ମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଇଥିଲେ।
ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରର ପବିତ୍ର କୁର'ଆନ ପାଠରୁ, ଏହା ପରେ ଆପାଞ୍ଚ ଜଣ ଛାତ୍ରୀ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ଅତିଥିମାନେ ତାଙ୍କ ବକ୍ତବ୍ୟରେ ଏହି ଶିକ୍ଷାନୁଷ୍ଠାନର ବିକାଶ ପାଇଁଁ କେତେକ ପ୍ରସ୍ତାବ ରଖିଥିଲେ ଏବଂ ବିଦ୍ୟାର୍ଥୀବୃନ୍ଦଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ପ୍ରେରଣାଦାୟକ ପରାମର୍ଶ ଦେଇଥିଲେ। ଏହା ପରେ ବାର୍ଷିକ କ୍ରିଡ଼ା ପ୍ରତିଯୋଗିତା ଫଳାଫଳ ଘୋଷଣା କରିଥିଲେ ଏହି ବିଦ୍ୟାଳୟର ସହକାରୀ ଶିକ୍ଷକୟିତ୍ରୀ ମଞ୍ଜୁଳା ବାରିକ ଏବଂ କୃତି ପ୍ରତିଭାମାନଙ୍କୁ ଅତିଥିମାନଙ୍କ ଦ୍ୱାଇକରା ପୁରସ୍କାର ପ୍ରଦାନ କରାଯାଇଥିଲା।
ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା ଏବଂ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, କମିଟି ସଦସ୍ୟ ସଦସ୍ୟା ଏବଂ ଅତିଥୀମାନେ ଭୋଜନ କରିଥିଲେ।
ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନାଚ, ଗୀତ, ଭାଷଣ ଆଦି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ ହୋଇଥିଲା। କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ପ୍ରମୁଖ ଭୂମିକା ରହିଛି। ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ନିଲୀମା ମହାନ୍ତ ଧନ୍ୟବାଦ ଅର୍ପଣ ପୂର୍ବକ ସଭାସାଙ୍ଗ ଘୋଷଣା କରିଥିଲେ।
ରିପୋର୍ଟ: ଅବଦୁଲ୍ ରହମାନ୍, ଝୁମ୍ପୁ୍ରା