logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଗୁଳୁଦିପଶି ଗ୍ରାମରେ ଅଖଣ୍ଡ ଚବିଶ ପ୍ରହର ନାମଯଜ୍ଞ।

ଗୁଳୁଦିପଶି ଗ୍ରାମରେ ଅଖଣ୍ଡ ଚବିଶ ପ୍ରହର ନାମଯଜ୍ଞ।

ପାଟଣା -୨୯/୦୩, କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ଅନ୍ତର୍ଗତ ଗୁଳୁଦିପଶି ଗ୍ରାମରେ ୨୬ ରୁ ଅଖଣ୍ଡ ଚବିଶ ପ୍ରହର ନାମଯଜ୍ଞ ଆରମ୍ଭ ହୋଇଯାଇଛି ।ଏହି ଅଖଣ୍ଡ ଚବିଶ ପ୍ରହର ନାମଯଜ୍ଞ ଗୁଳୁଦିପଶି ଗ୍ରାମରେ ଦୀର୍ଘ ବର୍ଷ ଧରି ହୋଇ ଆସୁଛି ଏହି ନାମ ଯଜ୍ଞରେ ପୂଜକ ଭାବେ ତରୁଣ କୁମାର ତ୍ରିପାଠୀ ପୂଜାର୍ଚ୍ଚନା କରୁଥିବାବେଳେ କର୍ତ୍ତା ଭାବେ
ନିରଞ୍ଜନ ବାରିକ୍, ରଘୁ ଦେହୁରୀ, ଜୟକୃଷ୍ଣ ବାରିକ୍, ପଶୁନ ବାରିକ୍, ଡ୍ରାଇଭ୍ ଦାସ୍, ସମ୍ପାଦନ କରୁଛନ୍ତି ।ଏହି ଚବିଶ ପ୍ରହର ନାମଯଜ୍ଞ ରେ ଯୋଗ ଦେଇଥିବା ସଂକୀର୍ତ୍ତନ ଦଳ ଗୁଡିକ ମଧ୍ୟରେ ତୁରୁମୁଙ୍ଗା ସଂକୀର୍ତ୍ତନ ଦଳ ଗୋଡ଼ି ପୋଖରୀ ସଂକୀର୍ତ୍ତନ ଦଳ ଭଣ୍ଡାରୀନାଳି ସଂକୀର୍ତ୍ତନ ଦଳ
ଠାକୁରମୁଣ୍ଡା ଦାସସାହି ସଂକୀର୍ତ୍ତନ ଦଳ ତାଳପଦା ସଂକୀର୍ତ୍ତନ ଦଳ ନାମ ସଂକୀର୍ତ୍ତନ ପରିବେଷଣ କରୁଛନ୍ତି।
ଏହି ଚବିଶ ପ୍ରହର ନାମଯଜ୍ଞ ୨୬ ତାରିଖ ଠାରୁ ଆରମ୍ଭ ହୋଇ ୩୦ ତାରିଖ ଦିନ ନଗର କୀର୍ତ୍ତନ ସହ ଶେଷ ହେବ।
ଗୁଳୁଦିପଶି ପଶି ଗ୍ରାମ୍ୟ କମିଟି ଦ୍ବାରା ଏହି 24 ପ୍ରହର ନାମ ଯଜ୍ଞ ଆୟୋଜନ କରାଯାଇଛି।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

8
399 views

Comment