ଚମ୍ପୁଆ ଓକିଲ ସଂଘ ର ନିର୍ବାଚନ
ଡଃ.ହରେକୃଷ୍ଣ ମିଶ୍ର-ସଭାପତି, ପ୍ରିୟନାଥ -ସମ୍ପାଦକ।
ଚମ୍ପୁଆ ଓକିଲ ସଂଘ ର ନିର୍ବାଚନ
ଡଃ.ହରେକୃଷ୍ଣ ମିଶ୍ର-ସଭାପତି, ପ୍ରିୟନାଥ -ସମ୍ପାଦକ
ଚମ୍ପୁଆ-୨୯/୦୩ (ଖଣ୍ଡାଧାର ନିଉଜ) ଚମ୍ପୁଆ ଓକିଲ ସଂଘର ୨୦୨୬-୨୭ ବର୍ଷ ପାଇଁ ନିର୍ବାଚନ ଶେଷ ହୋଇଯାଇଛି । ଚଳିତ ନିର୍ବାଚନରେ ସମସ୍ତ ପଦବୀ ପାଇଁ ଜଣେ ଲେଖାଏଁ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଥିବାରୁ ସମସ୍ତେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । କିନ୍ତୁ ଉପସଭାପତି ପଦ ପାଇଁ ଦୁଇଜଣ ଶ୍ରୀମତୀ ପଦ୍ମିନୀ ମିଶ୍ର ଓ ଶ୍ରୀ ଦାଶରଥୀ ଗିରି ମନୋନୟନ ପତ୍ର ଦାଖଲ କରିଥିଲେ ହେଁ ଶେଷ ମୁହୂର୍ତ୍ତରେ ଦାଶରଥୀ ଗିରି ମନୋନୟନ ପତ୍ର ପ୍ରତ୍ୟାହାର କରି ନେଇଥିଲେ । ଫଳାଫଳ ଶେଷରେ ସଭାପତି ଭାବେ ଵରିଷ୍ଠ ଆଇନଜୀବୀ ଡକ୍ଟର ହରେକୃଷ୍ଣ ମିଶ୍ର, ଉପସଭାପତି -ଶ୍ରୀମତୀ ପଦ୍ମିନୀ ମିଶ୍ର, ସମ୍ପାଦକ ଭାବେ ପ୍ରିୟନାଥ ପତି,ସହ- ସମ୍ପାଦକ-ସଞ୍ଜୟ କୁମାର ମହାନ୍ତ ଏବଂ କୋଷାଧ୍ୟକ୍ଷ ଭାବେ ଶରତ ପ୍ରଧାନ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଆଇନଜୀବୀ ତାପସ କୁମାର ମିଶ୍ର ସୂଚନା ଦେଇଛନ୍ତି ।
ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।