logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଚମ୍ପୁଆ ଥାନାରେ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ

ଚମ୍ପୁଆ,୨୯।୩: ଚମ୍ପୁଆ ପୋଲିସ ଉପଖଣ୍ଡ ପକ୍ଷରୁ ଏବଂ ଚମ୍ପୁଆ ଥାନା ଅଧିକାରୀ ସ୍ୱରୁପ ନାୟକଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଚମ୍ପୁଆ ଥାନା ପରିସରରେ ଏକ ମେଗା ସ୍ଵେଚ୍ଛା କୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ଉପଜିଲାପାଳ ଉମାକାନ୍ତ ପରିଡା, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରୋକ୍ଷୀ ଅଧିକ୍ଷକ ସ୍ନେହାଶିସ ସାହୁ, ଡିଆଇଭି ଅତିରିକ୍ତ ଆରୋକ୍ଷୀ ଅଧିକ୍ଷକ ଜେ ଭୋକ୍ତା, ଉପଖଣ୍ଡ ଚିକିତ୍ସା ଅଧୁକାରୀ ଉମାକାନ୍ତ ସାହୁ, ଏସଡିପିଓ ରଶ୍ମିରଂଜନ ସାହୁ, ବଡବିଲ ଏସଡିପିଓ ଦେବେନ୍ଦ୍ରନାଥ ପିଙ୍ଗୁଆ, ଏସଡିପିଓ ଜୟଦିପ ମହାନ୍ତି, ବଡବିଲ ତହସିଲଦାର ଆର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ପୋଲିସ ପ୍ରଶାସନ ସହିତ ସ୍ଥାନୀୟ ଲୋକ ଏବଂ ବିଭିନ୍ନ ସଂଗଠନର ସଦସ୍ୟ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ଏହି ଶିବିରରେ ଯୋଗ ଦେଇ ରକ୍ତଦାନ କରିଥିଲେ । ସକାଳ ୧୦ ଘଟିକାରେ ଅନୁଷ୍ଠାନିକ ଭାବେ ଶିବିର ଉଦଘାଟନ ପରେ ପ୍ରଥମେ ଚମ୍ପୁଆ ଏସଡିପିଓ ରଶ୍ମିରଂଜନ ସାହୁ ଓ ଗଣମାଧ୍ୟମ ପ୍ରତିନିଧୂ ସଂଜୀବ କୁମାର ରାଜ ରକ୍ତଦାନ କରିବା ପରେ ରକ୍ତଦାନ କାର୍ଯ୍ୟ ଚାଲୁ ରହିଥିଲା । ଏଥିରେ ମୋଟ ୮୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଚମ୍ପୁଆ ରକ୍ତ କେନ୍ଦ୍ର ଅଧିକାରୀ ଜ୍ୟୋତିରଂଜନ ମଲ୍ଲିକ ଓ କର୍ମଚାରୀ ରକ୍ତିମା ପ୍ରଧାନ, ଭଗବତୀ ନାଏକ, ତ୍ରିବେଣୀ ନାଏକ, ଓମ‌କାର ପ୍ରମୁଖ ରକ୍ତଦାନରେ ସହାୟତା କରିଥିଲେ । ସ୍ଥାନୀୟ ଅଂଚଳରେ ରକ୍ତହିନତା ରୋଗୀ, ଗର୍ଭବତୀ ମାଆ, ଥାଲାସିମିଆଁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କାରଣରୁ ଏମାନଙ୍କ ରକ୍ତର ଚାହିଦା ମେଣ୍ଟାଇବାକୁ ଏଭଳି ଶିବିର ଆୟୋଜନ କରାଯାଇଥିଲା ବୋଲି ଏସ୍‌ଡିପିଓ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

1
67 views

Comment