logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ରାତିରେ କାଳବୈଶାଖୀ ରେ କାର ଗାଡ଼ି ଉପରେ ପଡ଼ିଲା ବିରାଟ ବରକୁଳି ଗଛ।

ରାତିରେ କାଳବୈଶାଖୀ ରେ କାର ଗାଡ଼ି ଉପରେ ପଡ଼ିଲା ବିରାଟ ବରକୁଳି ଗଛ।

ପାଟଣା-୨୮/୦୩, କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ଅନ୍ତର୍ଗତ ଗୁଳୁଦିପଶି ଗ୍ରାମର କ୍ଷେତ୍ରବାସୀ ବାରିକ୍ଙ୍କ କାର ଉପରେ ଏକ ଗଛ ପଡି ଯିବାରୁ ଗାଡିଟି ଭାଙ୍ଗି ନଷ୍ଟ ହୋଇଯାଇଛି। ସୂଚନା ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ପବନ ସହିତ ଝଡ଼ବର୍ଷା ହେବାରୁ ଘର ମମ୍ମୁଖରେ ଥିବା କ୍ଷେତ୍ରବାସୀ ବାରିକ୍ ଙ୍କର କାର ଉପରେ ଘର ସମ୍ମୁଖରେ ରଖିବା କୁଳି ଗଛ ଟି ଉପୁଡ଼ି ପଡ଼ିବାରୁ କାର ଗାଡ଼ି ଉପରେ ପଡ଼ି ଯାଇଥିଲା ଯାହାଫଳରେ କାର ଗାଡ଼ିଟି ଭାଙ୍ଗି ନଷ୍ଟ ହୋଇଯାଇଥିଲା। ଆଜି ସକାଳେ କ୍ଷେତ୍ରବାସୀ ବାରିକ୍ ଉଠି ଦେଖିଲା ବେଳକୁ ତାଙ୍କର କାର ଉପରେ ଗଛ ଉପୁଡି ପଡିଛି। ସେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି କଟର ମେସିନ ରେ ବିରାଟ କୁଳି ଗଛକୁ କାଟି କାର ଗାଡ଼ିଟି କୁ ବାହାର କରିଛନ୍ତି।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

4
477 views

Comment