logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କୁଣ୍ଡାପିଠ ଭାଗବତ ଟୁଙ୍ଗୀରେ ସାପ୍ତାହିକ ଭାଗବତ ପାରାୟଣ

ଭାଗବତ ଟୁଙ୍ଗିରେ ସାପ୍ତାହିକ ଭାଗବତ ପାରାୟଣ।
୨୮.୩ -- ଭାଗବତ ଭଗବାନଙ୍କ ଅପାର କରୁଣାରୁ କୁଣ୍ଡାପିଠା ରାଧାକୃଷ୍ଣ ମହାପ୍ରଭୁ ଭାଗବତ ଟୁଙ୍ଗିରେ ସାପ୍ତାହିକ ଭାଗବତ ପାରାୟଣ ଯଜ୍ଞ ଶୁଭାରମ୍ଭ ହୋଇଯାଇଛି। ପଣ୍ଡିତ ଅଭିଜିତ୍ ପଣ୍ଡା, ଆଚାର୍ଯ୍ୟ ଦାଶରଥି ପ୍ରଧାନ ତଥା ମୁଖ୍ୟ କର୍ତ୍ତା ନକୁଳ ଚନ୍ଦ୍ର ପଲେଇ ଓ ତାଙ୍କ ଧର୍ମପତ୍ନୀ ନିରୁପମା କବି ଏବଂ ପଦ୍ମନାଭ ପଲେଇ ଓ ତାଙ୍କ ଧର୍ମପତ୍ନୀ ଯଶୋଦା ପଲେଇଙ୍କ ସହଯୋଗରେ ସର୍ବ ପ୍ରଥମେ ସୂର୍ଯ୍ୟ ପୂଜା,ଗୁରୁ ପୂଜା ଓ ଗୋ ପୂଜା କରାଯାଇ ଭାଗବତ ପାରାୟଣ ଶୁଭାରମ୍ଭ କରାଗଲା। ଏ ଗ୍ରାମର ତଥା ଦୂର ଦୁରାନ୍ତରୁ ଆସିଥିବା ଭାଗବତ ପ୍ରେମୀ ଭକ୍ତ ମାନେ ଭଗବତ୍ କୃପା ଲାଭ କରିବା ପାଇଁ ଶ୍ରଦ୍ଧାର ସହିତ ଭାଗବତ ଶ୍ରବଣ କରିଥିଲେ।ମା ତାରିଣୀ ସାହିତ୍ୟ ସଂସଦ ପ୍ରତିଷ୍ଠାତା ତଥା ଗଦାଧର ପୁର ନିବାସୀ ପଣ୍ଡିତ ରାମ ନାରାୟଣ ଶର୍ମା ଭାଗବତ ପାରାୟଣକୁ ତ୍ୱରାନ୍ୱିତ କରିଥିଲେ ଏବଂ ସନ୍ଧ୍ୟା ଆଳତି ପରେ କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ ଓ ଘଷିପୁରା ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ସମ୍ପାଦକ ବେଲାଳସେନ ପତି ଭାଗବତ ପୂଜନ, ପଠନ ଓ ଶ୍ରବଣର ମାହାତ୍ମ୍ୟ ତଥା ଆଜିର ପଠିତ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।ଦେବହୂତି ବିବାହ ପ୍ରସଙ୍ଗ ପାଠ କରି ପ୍ରଥମ ଦିବସ ପାରାୟଣ ବିଶ୍ରାମ କରାଗଲା।ଏହି କାର୍ଯ୍ୟକ୍ରମରେ ବାବୁଲାଲ ପଲେଇ,ଶିବ ପ୍ରସାଦ ମହାକୁଡ, ରାଜେନ୍ଦ୍ର ପଲେଇ,ଅର୍ଜୁନ ପଲେଇ, ଲୋକନାଥ ପଇଦା,ପ୍ରଫୁଲ୍ଲ ପଲେଇ,ଭଜ ପଇଦା,ଗୁରୁଚରଣ ପଲେଇ ଓ କ୍ଷୀରୋଦ ପଲେଇ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।
।। ହରି ଓଁ ।।
ରିପୋର୍ଟ - ବାବୁଲାଲ ପଲେଇ ଆଇମା ମିଡିଆ
ମୋବାଇଲ୍ - ୯୪୩୭୧୫୨୯୩୬

57
1912 views

Comment