logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଦେବଗଡ ଜିଲ୍ଲା ଓକିଲ ସଂଘ ନିର୍ବାଚନ: ସଭାପତି ଭାବେ ପ୍ରମଥେଶ ଗୁରୁଙ୍କ ବିଜୟ ।

ଦେବଗଡ ତା ୨୮/୦୩/୨୦୨୬ ରିଖ :- ଜିଲ୍ଲା ଓକିଲ ସଂଘର ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଥିବା ବେଳେ ସଭାପତି ପଦବୀ ପାଇଁ ହୋଇଥିବା କଟକଣା ମୁକାବିଲାରେ ପ୍ରମଥେଶ ଗୁରୁ ବିଜୟୀ ହୋଇଛନ୍ତି।
ସଭାପତି ପଦବୀ ପାଇଁ ହୋଇଥିବା ନିର୍ବାଚନରେ ପ୍ରମଥେଶ ଗୁରୁ ତାଙ୍କ ପ୍ରତିଦ୍ୱନ୍ଦୀ ଶୈଲେନ୍ଦ୍ର ସାହୁଙ୍କୁ ୫ଟି ଭୋଟରେ ପରାଜିତ କରି ବିଜୟ ଲାଭ କରିଛନ୍ତି।
ଅନ୍ୟାନ୍ୟ ପଦବୀରେ ମଧ୍ୟ ନିର୍ବାଚନ ଫଳାଫଳ ଘୋଷିତ ହୋଇଛି। ଉପ-ସଭାପତି ଭାବେ ପ୍ରଣବ କିଶୋର ସ୍ୱାଇଁ, ସଂପାଦକ ଭାବେ ସିଦ୍ଧେଶ୍ୱର ଗୁରୁ ଓ କୋଷାଧ୍ୟକ୍ଷ ଭାବେ ରାଜକିଶୋର ପ୍ରଧାନ ବିଜୟୀ ହୋଇଛନ୍ତି।
ସେହିପରି କାର୍ଯ୍ୟନିର୍ବାହୀ ସଭ୍ୟ ଭାବେ ଜଗନ୍ନାଥ ଦାସ, ଜନ୍ମାଜୟ ପ୍ରଧାନ, ମମତା ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ବୁଡା ଓ ଶୁନ୍ନିଶ୍ଚିତା ପାଢୀ ମନୋନୀତ ହୋଇଛନ୍ତି।ନୂତନ କମିଟି ଗଠନ ସହିତ ଓକିଲ ସଂଘର କାର୍ଯ୍ୟକଳାପ ଆଗାମୀ ଦିନରେ ଆହୁରି ସକ୍ରିୟ ହେବ ବୋଲି ଆଶା କରାଯାଉଛି।

0
132 views

Comment