ନିଖିଳ ଓଡିଶା ଆଦିବାସୀ ଥାରୁଆ ବିନ୍ଧାଣୀ କୋଲୋ ଲହରାସ ସମ୍ପ୍ରଦାୟ ଉନ୍ନୟନ ମହାସଂଘ, ଚମ୍ପୁଆ ଶାଖା ସଂଗଠନ ର ସାଧାରଣ ସଭା ଓ କର୍ମକର୍ତା ନିର୍ବାଚନ।
ନିଖିଳ ଓଡିଶା ଆଦିବାସୀ ଥାରୁଆ ବିନ୍ଧାଣୀ କୋଲୋ ଲହରାସ ସମ୍ପ୍ରଦାୟ ଉନ୍ନୟନ ମହାସଂଘ, ଚମ୍ପୁଆ ଶାଖା ସଂଗଠନ ର ସାଧାରଣ ସଭା ଓ କର୍ମକର୍ତା ନିର୍ବାଚନ।
ଚମ୍ପୁଆ -୨୭/୦୩(ଖଣ୍ଡାଧାର ନିଉଜ) ଚମ୍ପୁଆ ବ୍ଲକ ଚନ୍ଦ୍ରଶେଖରପୁର ପଞ୍ଚାୟତ ଅନ୍ତର୍ଗତ ସିଲିପୁଞ୍ଜି ନିକଟ ବାଲେଶ୍ୱର ଆମ୍ବ ତୋଟା ପରିସରରେ ନିଖିଳ ଓଡିଶା ଆଦିବାସୀ ଥାରୁଆ ବିନ୍ଧାଣୀ କୋଲୋ ଲହରlସ ସମ୍ପର୍ଦାୟ ଉନ୍ନୟନ ମହାସଂଘର ଚମ୍ପୁଆ ତହସିଲ ସ୍ତରୀୟ ସାଧାରଣ ସଭା ଓ କର୍ମକର୍ତା ମନୋନୟନ ଆବାହକ ବିଶିଷ୍ଟ ସଂଗଠକ ମଧୁସୂଦନ ଲହାର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଲହାର
ସମାଜର ବୟୋଜ୍ୟେଷ୍ଠ ବ୍ୟକ୍ତି ଜୟକୃଷ୍ଣ ଲହାର ବାବା ବିଶ୍ୱକର୍ମା ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ, ଧୂପ, ପ୍ରଦୀପ ପ୍ରଯ୍ୟଳନ ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା l ଏଥିରେ ଚମ୍ପୁଆ ବ୍ଲକ, ତହସିଲ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ, ଗ୍ରାମାଞ୍ଚଳରୁ ସହସ୍ରାଧିକ ପୁରୁଷ, ମହିଳା, ଯୁବକ, ଯୁବତୀ ଯୋଗ ଦେଇଥିଲେ l
ସେମାନଙ୍କ କୌଳିକ ବୃତ୍ତି, ରୀତିନୀତି, ଚାଲି ଚଳନ, ଖାଦ୍ୟ ପାନୀୟ ଆଦିବାସୀ ଙ୍କ ସହିତ ସାମଞ୍ଜସ୍ୟ ରହିଛି l ଜିଲ୍ଲାରେ ଅନେକଙ୍କ ପରିବାର ପଟ୍ଟାରେ ତ୍ରୁଟି ରହିଥିବାରୁ କିଛି ବ୍ୟକ୍ତି ବିଶେଷ ଜାତି ପ୍ରମାଣପତ୍ର ଏସ. ଟି ଆଦିବାସୀ ଚିହ୍ନଟ ହୋଇଥିବା ବେଳେ ଅଧେଙ୍କୁ ସାଧାରଣ ବର୍ଗ ର ବୋଲି ଦର୍ଶାଯାଉଛି l ଯାହା ଫଳରେ ସେମାନେ ସମସ୍ତ ସୁବିଧାରୁ ବଞ୍ଚିତ ହେଉଥିବା ମତ ପ୍ରକାଶ କରିଥିଲେ l ସମସ୍ତେ ଏକତାବଦ୍ଧ ହୋଇ ସଂଗଠନକୁ ମଜଭୂତ ସୁଦୃଢ କରି ନିଜର ହକ ହାସଲ କରିବାକୁ ଆବାହକ ମଧୁସୂଦନ ଆଉହାନ
ଦେଇଥିଲେ l ଏହି ଅବସରରେ ସର୍ବ ସମ୍ମତି କ୍ରମେ ଚମ୍ପୁଆ ଶାଖାର କର୍ମକର୍ତା ନିର୍ବାଚନ କରାଯାଇଥିଲା l ଏଥିରେ ଉପଦେଷ୍ଟା ଭାବେ ଗୋବିନ୍ଦ ଚନ୍ଦ୍ର ମହାରଣା, ସଭାପତି ବରୁଣ ଲହାର, ଉପସଭାପତି ଦିଗାମ୍ବର ଲହାର, ସମ୍ପାଦକ ଗୌତମ ଲହାର, ସହସମ୍ପାଦକ ମନୋଜ କୁମାର ମହାରଣା, ସଂଗଠନ ସମ୍ପାଦକ ମୁନା ଲହାର, କୋଷାଧକ୍ଷ ମାଳତୀ ଲହାର, ନିରୀକ୍ଷକ ରଶ୍ମି ରଞ୍ଜନ ଲହାର ନିର୍ବାଚିତ ହୋଇଥିବା ବେଳେ କାର୍ଯ୍ୟକାରୀ ସଦସ୍ୟ ଭାବେ ରଞ୍ଜିତ ଲହାର, ଭଗବାନ କୋଲ୍ହ ଲହାର, ବାବୁରାମ ଲହାର, ରାଜୁ ଲହାର, ବାବୁରାମ ଲହାର, ନମିତା ଲହାର, ଖଳିକ ଲହାର, ଲଷ୍ମୀ ଲହାର, ସଂଯୁକ୍ତା ଲହାର, ଗୋବର୍ଦ୍ଧନ ଲହାର ପ୍ରମୁଖ ମନୋନୀତ ହୋଇଥିବା ଜଣାଯାଇଛି l
ମନୋଜ ମହାନ୍ତ ଙ୍କ ରିପୋର୍ଟ।