ପାଟଣା ରେ ରାମ ନବମୀ ଶୋଭାଯାତ୍ରା।
ପାଟଣା ରେ ରାମ ନବମୀ ଶୋଭାଯାତ୍ରା।
ପାଟଣା:୨୭/୦୩ - ଶ୍ରୀରାମ ମନ୍ଦିରରେ ଆଜି ରାମ ନବମୀ ମହୋତ୍ସବ ଧୁମଧାମରେ ଆରମ୍ଭ ହୋଇଥିବା ବେଳେ ଏଥିପାଇଁ ପାଟଣା ବଜାର ଅଞ୍ଚଳ ଉତ୍ସବ ମୁଖର ହୋଇ ଉଠିଛି।ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀ ରାମ ଙ୍କ ଜନ୍ମ ତିଥି କୁ ଆଜି ସାରା ଦେଶରେ ଶ୍ରୀ ରାମ ନବମୀ ଭାବେ ଧୁମଧାମରେ ପାଳନ କରାଯାଉଥିବା ବେଳେ ପାଟଣା ମୁଖ୍ୟାଳୟ ରେ ମଧ୍ୟ ଏହି ପର୍ଵ କୁ ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପାଟଣା ପ୍ରଖଣ୍ଡ ଦ୍ୱାରା ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି। ଏହି ଅବସରରେ ବିଶ୍ବହିନ୍ଦୁ ପରିଷଦ ପାଟଣା ପ୍ରଖଣ୍ଡ ଓ ବଜରଙ୍ଗ ଦଳ ପାଟଣା ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ସ୍ୱାମ ଛକ ହନୁମାନ ମନ୍ଦିର ଠାରୁ ବାହାରି ବଜାର ଅଞ୍ଚଳ ଦେଇ ରାମ ମନ୍ଦିର ଯାଏ ଯାଇଥିଲା। କାର୍ଯ୍ୟକ୍ରମ ରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଙ୍କ ସହିତ ବିଶ୍ବହିନ୍ଦୁ ପରିଷଦ ପାଟଣା ଖଣ୍ଡ ସଭାପତି ସନାତନ ଦାଶ ଓ ସମ୍ପାଦକ ଡମ୍ବରୁଧର ମହାନ୍ତଙ୍କ ସହିତ ଶତାଧିକ ବିଶ୍ବହିନ୍ଦୁ ପରିଷଦ କର୍ମୀ ଓ ଶ୍ରଦ୍ଧାଳୁ ଏବଂ ବଜରଙ୍ଗ ଦଳର କାର୍ଯ୍ୟକର୍ତାଙ୍କ ଗହଣରେ ଏକ ବିଶାଳ ରାମ ଝଣ୍ଡା ନେଇ ଶୋଭାଯାତ୍ରାରେ ଜୟ ଶ୍ରୀରାମ ଧ୍ୱନୀରେ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପାଟଣା ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।
ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।