ଦାମନଯୋଡି ଶିଳ୍ପାଞ୍ଚଳରେ ବିଶାଳ ରାମନବମୀ ରସୋଭା ଯାତ୍ରା।
ଗତକାଲି ଅର୍ଥାତ୍ ୨୭/୩/୨୦୨୬ ଶୁକ୍ରବାର ଦିନ ଏକ ବିଶାଳ ଶୋଭାଯାତ୍ରା ଦାମନଯୋଡି ମହାବିର୍ ଯୁବକ ସଂଘ ତରଫରୁ କରାଯାଇଥିଲା।ଏହିସୋଭା ଯାତ୍ରରେ ଦାମନଯୋଡି ସ୍ଥିତ ମାଥାଲପୁଟ ହାଟପଦା ହନୁମାନ ବାଟିକା ଠାରୁ ଆରମ୍ଭ ହୋଇ ପ୍ରଥମେ ଜୟପୁରର ମହାରାଜ ଶ୍ରୀ ଶ୍ରୀ ବିସ୍ବେଶ୍ଵର ଚନ୍ଦ୍ରଚୁଡଦେବ ଙ୍କ ବନ୍ଦାପନାକରିସାରିବାପରେ ଏହି ଶୋଭାଯାତ୍ରା ଭେଜାପୁଟ ସତସଙ୍ଗ କେନ୍ଦ୍ର ହୋଇ ଆଖପାଖରୁ ଆଣାଯାଇଥିବା ପାଖାପାଖି ଦସଥଳ କିରିତନ ମଣ୍ଡଳୀ ସହ ନାରଣାପାଟଣା ବ୍ଳକ ର ବିଜାଘାଟିର ଦାଣ୍ଡିଆ ନୃତ୍ୟ ଓ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବଡକୋଦଣ୍ଡାର ପାରମ୍ପରିକ ଘୋଡା ନୃତ୍ୟ ଵାଘ ନୃତ କଳାଘୋଡା ଓରାଜାରାଣି ସହ ଅନ୍ୟାନ୍ୟ ନୃତ୍ୟ ସହ କଳାହାଣ୍ଡି ର ଭବାନିପାଟଣର ଘୁମୁରା ଓ କୋରାପୁଟ ଜିଲାର କୋଟପଡଠାରୁ ଅଣଯାଇଥିବା ପଉରାଣିକ ଦେବାଦେବି ତଥା,ଶିବ , ପାର୍ବତୀ,କାଳି, ଦୁର୍ଗା, ହନୁମାନ,ସ଼ହ ଅନ୍ୟନ୍ୟ ଦେବାଦେବି ଙ୍କ ନୃତ୍ୟ ସହ ଏସିଆ ମହାଦେଶର ଦୁତିଅ ବୃହତମ ହନୁମାନ ମନ୍ଦିର ପରିସରରେ ଏକ ଘଣ୍ଟ ଧରି ପ୍ରଦର୍ଶନ କରାଯାଇ ଥିଲା ପରେ ଏହି ଶୋଭାଯାତ୍ରା ସମାପନ କରା ଯାଇଥିଲା। ଦାମନଯୋଡିର ନୁତନ ଭାବେ ତିଆରିହେଉଥିବା ରଘୁନାଥ ମନ୍ଦିର କମିଟି ତରଫରୁ ଆଖପାଖରୁ ଆସିଥିବା ରାମ ଭକ୍ତ ଙ୍କ ପାଇଁ ପାଖା ପାଖି ୫ହଜାର ଭକ୍ତ ଙ୍କ ପାଇଁ ମୁକ୍ତ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ଏବଂ ନାଲକୋର ସେକ୍ଟର ଏକ ରାମନବମି କମିଟି ତରଫରୁ ମଧ୍ୟ ରାତ୍ର ଭୋଜନ ପାଇଁ ଆଠ ରୁ ଦସହଜାର ଭକ୍ତ ଙ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା।ଏହି ଶୋଭାଯାତ୍ରାକୁ ଦାମନଯୋଡି ଥାନାର ଭାରପ୍ରାପ୍ତ ଅଧିକାରି ଶ୍ରୀ ଯୁକ୍ତ ପରମାନନ୍ଦ ସୁନାନି ଙ୍କ ନେତୃତ୍ବରେ ସୁରୁଖୁରୁରେ ସଂପନ୍ନ ହୋଇଥିବାରୁ ସେଥିପାଇଁ ଶ୍ରୀ ସୁନାନି ଙ୍କୁ ସମସ୍ତ ପୁଜାକମିଟି ଓ ସ୍ଥାନିଅ ଅଞ୍ଚଳ ରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଦାମନଯୋଡି ରୁ ତେଜେଶ୍ଵର ପାତ୍ର ଙ୍କ ଖବର।