logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଶାରଦୀୟ ନବରାତ୍ରିର ନବମ ଦିବସରେ ସିଦ୍ଧିଦାତ୍ରୀ ବେଶରେ ମା ବନଦୁର୍ଗା

ଖୋର୍ଦ୍ଧା,୨୭.୩.୨୬(ଏ.ଆଇ.ଏମ.ଏ) ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ସ୍ଥିତ ମା ବନଦୁର୍ଗାଙ୍କ ପୀଠରେ ବିଶ୍ଵ କଲ୍ୟାଣ ନିମନ୍ତେ, ଶାରଦୀୟ ନବରାତ୍ରିର ଅଷ୍ଟମ ଦିବସରେ ସିଦ୍ଧିଦାତ୍ରୀ ବେଶରେ ମା ଦର୍ଶନ ଦେଇଛନ୍ତି। ସକାଳୁ ମା'ଙ୍କର ମଙ୍ଗଳ ଆଳତି, କଳଶ ପୂଜା, ସୂର୍ଯ୍ୟ ପୂଜା ପଞ୍ଚ ଦେବତା ପୂଜା, ପରେ ମା'ଙ୍କର ଶୋଡ଼ଶ ଉପଚାରରେ ମଧ୍ୟାହ୍ନ ଧୂପ, ଦୁର୍ଗା ସପ୍ତଶତୀ ଚଣ୍ଡୀ ପାଠ, ସନ୍ଧ୍ୟା ବାଳଭୋଗ, ଆଳତି, ଆଧରପଣା ଓ ଶ୍ରୀ ମହାପ୍ରସାଦ ମା'ଙ୍କୁ ସମର୍ପଣ ପୂର୍ବକ ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା କରାଯାଇଛି ଏବଂ ସପ୍ତଶତୀ ଚଣ୍ଡୀ ମହାଯଜ୍ଞର ପୂର୍ଣ୍ଣାହୁତି ପ୍ରଦାନ କରାଯାଇଅଛି । ଡଃ କୃପାସିନ୍ଧୁ ପଣ୍ଡା ପୂଜାର୍ଚ୍ଚନା କରିଥିଲେ ଓ ପଣ୍ଡିତ ତପନ କୁମାର ମହାପାତ୍ର , ବିଷ୍ଣୂପ୍ରୀୟା ପଟ୍ଟଯୋଷୀ ପଣ୍ଡିତ ସୀତାକାନ୍ତ ଦାଶ ଓ ବେଦ ବିଦ୍ୟାର୍ଥୀ ମାନେ ସହଯୋଗ କରିଥିଲେ ଏବଂ ଗ୍ରାମର ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ରହି ମା'ଙ୍କର ଦିବ୍ୟ ବେଶକୁ ଦର୍ଶନ କରିଥିଲେ।

45
1451 views

Comment