logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

*ଦାମନଯୋଡିରେ ଶ୍ରୀରାମ ନବମୀରେ ବିଶାଳ ଶୋଭାଯାତ୍ରା* *ମୁଖ୍ୟ ଆକର୍ଷଣ ଜୟପୁର ରାଜା ଚନ୍ଦ୍ରଚୂଡ଼ଦେବ*



ଦାମନଯୋଡି: ଚୈତ୍ର ଶୁକ୍ଳ ନବମୀ ବା ଶ୍ରୀରାମ ନବମୀ ଦାମନଯୋଡିରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଆକର୍ଷଣ ଥିଲେ ଜୟପୁର ରାଜା ଶ୍ରୀ ଶ୍ରୀ ବିଶ୍ୱେଶ୍ୱର ଚନ୍ଦ୍ରଚୂଡ଼ଦେବ । ସେକ୍ଟର-୧ ସ୍ଥିତ ମାରୁତି ମଣ୍ଡପରେ ବିଗତ ନଅଦିନ ଧରି ରାମଚରିତ ମାନସ ଚାଲିଥିବା ବେଳେ ନବମୀ ଦିନ ପୂର୍ଣ୍ଣାହୁତି ସହ ସମାପନ ହୋଇଥିଲା । ବିଗତ ନଅଦିନ ଧରି ରାମଚରିତ ମାନସ, ପରାୟଣ, ପ୍ରବଚନ, ହନୁମାନ ଯଜ୍ଞ, ଚଣ୍ଡୀ ଯଜ୍ଞ, ଶ୍ରୀରାମ ଓ ମାତା ସୀତାଙ୍କ ବିବାହ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନ୍ୟ ପକ୍ଷରେ ନବମୀ ଦିନ ମହାବୀର ଯୁବକ ସଂଘ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା । ଶୋଭାଯାତ୍ରାରେ ୫୦ରୁ ଉର୍ଦ୍ଧ୍ବ ସଂକୀର୍ତ୍ତନ ମଣ୍ଡଳୀ, ଅଘୋରୀ ନାଚ, ଘଣ୍ଟ ଘଣ୍ଟା ଆଦି ସହିତ ଡିଜେ ର ତାଳେ ତାଳେ ଲୋକେ ନିଜକୁ ହଜାଇ ଦେଇଥିଲେ । ତେବେ ଏହି ଶୋଭାଯାତ୍ରାରେ ମୁଖ୍ୟ ଆକର୍ଷଣ ଥିଲେ ଜୟପୁର ର ରାଜା ଶ୍ରୀ ଶ୍ରୀ ବିଶ୍ୱେଶ୍ୱର ଚନ୍ଦ୍ରଚୂଡ଼ଦେବ । ରାଜାଙ୍କୁ ଦେଖିବା ପାଇଁ ଅହେତୁକ ଭିଡ଼ ଜମିଥିଲା । ମାଥାଲପୁଟ ସ୍ଥିତ ଶ୍ରୀରାମ ମନ୍ଦିର ପରିସରରୁ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିବା ପରେ ଅଭୟ ଅଞ୍ଜନେୟ ଙ୍କ ମନ୍ଦିର ଦେଇ ଯାଇ ମାରୁତି ମଣ୍ଡପ ନିକଟରେ ସମାପନ ହୋଇଥିଲା । ଦାମନଯୋଡି ତଥା ଆଖପାଖ ଅଞ୍ଚଳ ରୁ ୫୦ହଜାର ରୁ ଉର୍ଦ୍ଧ୍ବ ଆବାଳ ବୃଦ୍ଧ ବନିତା ଏହି ଶୋଭାଯାତ୍ରାରେ ସାମିଲ ହୋଇ ରାମଙ୍କ ଭକ୍ତିରେ ନିଜକୁ ହଜାଇ ଦେଇଥିଲେ । ମହାବୀର ଯୁବକ ସଂଘ ପକ୍ଷରୁ ସମଗ୍ର ଅଞ୍ଚଳ କୁ ଗୈରିକ ପତାକାରେ ସୁସଜ୍ଜିତ କରାଯାଇଥିବା ବେଳେ ବିଭିନ୍ନ ଛକ ମାନଙ୍କରେ ଶ୍ରୀରାମଙ୍କ ବିଶାଳ ଫଟୋଚିତ୍ର ମାନ ଲଗା ଯାଇଥିଲା । ମହିଳା ମାନେ ବିଭିନ୍ନ ସ୍ଥାନରେ କଳସ ବସାଇ ପୁଷ୍ପ ବୃଷ୍ଟି କରି ଶୋଭାଯାତ୍ରା କୁ ସ୍ୱାଗତ କରିଥିବା ବେଳେ ଛକ ମାନଙ୍କରେ ବିଭିନ୍ନ ସଂଗଠନ ପକ୍ଷରୁ ପଣା ସର୍ବତ ଆଦି ପ୍ରଦାନ କରାଯାଇଥିଲା । ସମଗ୍ର ଅଞ୍ଚଳ ରାମମୟ ହୋଇଯାଇଥିଲା । ପ୍ରକାଶ ଥାଉକି, ପ୍ରତିବର୍ଷ ଶ୍ରୀରାମ ନବମୀ ରେ ମହାବୀର ଯୁବକ ସଂଘ ପକ୍ଷରୁ ଏହି ଶୋଭାଯାତ୍ରା ଆୟୋଜନ କରାଯାଉଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ଭିନ୍ନ ଭିନ୍ନ ଆକର୍ଷଣୀୟ ବାଜା ଓ ନୃତ୍ୟ ଆୟୋଜନ କରାଯାଇଥାଏ । କାର୍ଯ୍ୟକ୍ରମ ଚାଲିଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସମଗ୍ର ଅଞ୍ଚଳରେ ପୁଲିସ ମୁତୟନ ହୋଇଛନ୍ତି ।

43
1431 views

Comment