logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବିଜୁଳି ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

ଦେବଗଡ଼, ତା ୨୭/୦୩/୨୦୨୬ ରିଖ :- ପୁରୁକୁଣ୍ଡା ଗାଁରେ ଏକ ଦୁଃଖଦ ଅଘଟନ ଘଟିଛି। ୧୧ କେଭି ବିଜୁଳି ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ମିଳିଥିବା ଖବର ଅନୁସାରେ, ବିଜୁଳି ମରାମତି କାମ ଚାଲିଥିବା ସମୟରେ ଏହି ଅଘଟନ ଘଟିଥିଲା। ମୃତକଙ୍କ ନାମ ଘନଶ୍ୟାମ ନାୟକ ବୋଲି ଜଣାପଡ଼ିଛି, ଯିଏ ପୁରୁକୁଣ୍ଡା ଗାଁର ବାସିନ୍ଦା।
ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ, କିନ୍ତୁ ସେତେବେଳେ ପର୍ଯ୍ୟନ୍ତ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।
ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଅଘଟନ କିପରି ଘଟିଲା ଓ ମରାମତି କାମ ସମୟରେ ସୁରକ୍ଷା ବ୍ୟବସ୍ଥା ଥିଲା କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

0
0 views

Comment