ଖୁଣ୍ଟବନ୍ଧ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ୧୨ତମ ବାର୍ଷିକ ଉତ୍ସବ ପାଳିତ।
ଖୁଣ୍ଟବନ୍ଧ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ୧୨ତମ ବାର୍ଷିକ ଉତ୍ସବ ପାଳିତ।
ହରିଚନ୍ଦନପୁର: ୨୭/୦୩ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ତେନ୍ତଳାପଶି ଗ୍ରାମ ପଞ୍ଚାୟତ ଅଧୀନ ଖୁଣ୍ଟବନ୍ଧ ଗ୍ରାମରେ ଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ୧୨ ତମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ କାଳିନ୍ଦୀ ଚରଣ ଜେନା ,ମୁଖ୍ୟ ବକ୍ତା ହରିଚନ୍ଦନପୁର ପ୍ଲଷ୍ଟର ସି. ଆର. ସି. ସି . ଶ୍ରୀଯୁକ୍ତ ଝରିଲାଲ ତନ୍ତୀ , ସମ୍ମାନିତ ଅତିଥି ଭାବେ ଜିଲ୍ଲା ବୈଦ୍ଧିକ ପ୍ରମୁଖ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ର ଶ୍ରୀଯୁକ୍ତ ବିରେନ୍ଦ୍ର ମହାନ୍ତ ,ଏବଂ ଜିଲ୍ଲା ସମ୍ପାଦକ ଭାରତୀୟ ଜନତା ପାର୍ଟି ଶ୍ରୀଯୁକ୍ତ ଅଶୋକ କୁମାର ବେହେରା, ସମ୍ମାନିତ ଅତିଥି ସି.ଆର.ସି.ସି. ଓସ୍ତପଙ୍ଗା ର ଶ୍ରୀଯୁକ୍ତ ଲକ୍ଷ୍ମୀଧର ମହାନ୍ତ ଏବଂ ସି.ଆର.ସି.ସି. ତେନ୍ତଳାପଶି ଗ୍ରାମ ପ୍ଲଷ୍ଟର ଶ୍ରୀଯୁକ୍ତ ମାନସ ରଞ୍ଜନ ସେଠୀ ଯୋଗ ଦେଇଥିଲେ । ସମ୍ପାଦକ ଲଳିତ କୁମାର ମହାନ୍ତ ମୁଖ୍ୟ ଅତିଥି କାଳିନ୍ଦୀ ଚରଣ ଜେନାଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ଏବଂ ଶିଶୁ ବିଦ୍ୟା ମନ୍ଦିରର ଶିକ୍ଷା ଗୁରୁତ୍ଵ ସମ୍ବନ୍ଧରେ ଆଲୋକପାତ କରିବା ସହିତ ଶିଶୁ ବିଦ୍ୟା ମନ୍ଦିର ର ସର୍ବାଙ୍ଗୀନ ଉନ୍ନତି କାମନା କରିଥିଲେ | ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ଝରିଲାଲ୍ ତନ୍ତୀ ଶିଶୁ ମନ୍ଦିରର ଶିକ୍ଷା ବ୍ୟବସ୍ଥା ପିଲାମାନଙ୍କର ଶାରୀରିକ, ସାମାଜିକ ଓ ଆଧ୍ୟାତ୍ମିକ ଶିକ୍ଷାର ଅଭିବୃଦ୍ଧି କରିବାରେ ସଫଳ ହୋଇଛି ବୋଲି ଦର୍ଶାଇଥିଲେ। ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଶ୍ରୀକାନ୍ତ ଦେହୁରୀ ସ୍ୱାଗତ ଅଭିଭାଷଣ ସହ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ କୃତୀ ଛାତ୍ର ଛତ୍ରୀ ମାନଙ୍କୁ ପୁରସ୍କାର ବିତରଣ ସଭାର ଆକର୍ଷଣ ଥିଲା । ଏହି ଉତ୍ସବ ରେ ଶିଶୁ ମନ୍ଦିର ର ଆଚାର୍ଯ୍ୟ ଶ୍ରୀ ଯୋଗମୟ ଜୁଆଙ୍ଗ, ଶ୍ରୀ ସାଧୁଚରଣ କିସାନ ଏବଂ ଶ୍ରୀ ଦିବ୍ୟାଲୋଚନ ମହାନ୍ତ ଅଚାର୍ଯ୍ୟା ସୁଶ୍ରୀ ଜ୍ୟୋତିର୍ମୟୀ ମହାନ୍ତ , ସୁଶ୍ରୀ ସୁକୁମାରୀ ନାଏକ ସହଯୋଗ କରିଥିଲେ। ଶେଷ ରେ ଶିଶୁ ମନ୍ଦିରର ସମ୍ପାଦକ ଶ୍ରୀଯୁକ୍ତ ଲଳିତ କୁମାର ମହାନ୍ତ ଧନ୍ୟବାଦ୍ ଅର୍ପଣ କରିଥିଲେ।
ଶୂନ୍ଯ ରଞ୍ଜନ ଘଣା ଙ୍କ ରିପୋର୍ଟ।