logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସଫେଇ ହେଉନାହଁ!

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସଫେଇ ହେଉନାହଁ!

କେନ୍ଦୁଝର: ୨୬|୦୩ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ନିୟମିତ ସଫେଇ ହେଉନଥିବାରୁ ପରିବେଶ ନଷ୍ଟ ହେବା ସହ ଏହି ଐତିହ ସଂପନ୍ନ କୋଠା ନଷ୍ଟ ହେବାକୁ ବସିଛି । ଏହାର ଗୋଟିଏ ପାଶ୍ୱର୍ ଏବେ ସଫେଇ ଅଭାବରୁ ଲତା,ବୁଦା,ଗୁଳ୍ମରେ ପରିପୂର୍ଣ୍ଣ ହୋଇଛି । ଦୀର୍ଘ ମାସ ହେବ ସଫେଇ ହେଉନଥିବାରୁ ଏଭଳି ଅବସ୍ଥା ହୋଇଛି । ୧୯୨୦ ମସିହାରେ ନିର୍ମାଣ ହୋଇଥିବା ଏହି ବ୍ରିଟିଶ ସମୟର ପୁରାତନ କୋଠା ରକ୍ଷଣାବେକ୍ଷଣ ଅଭାବ ଓ ସଫେଇ ଅଭାବ ଯୋଗୁଁ ଏବେ ଧ୍ୱଂସମୁଖରେ ରହିଛି । ଏଣୁ ଏହାର ରକ୍ଷଣାବେକ୍ଷଣର ଆବଶ୍ୟକତା ଦେଖାଦେଇଛି । ଏହି ପୁରାତନ କୋଠାରେ ଜିଲାପାଳ ଙ୍କ କାର୍ଯ୍ୟାଳୟ ଚାଲିଥିଲେ ହେଁ ଉପଯୁକ୍ତ ରକ୍ଷଣାବେକ୍ଷଣ ହେଉନାହିଁ । ଫଳରେ ଅସ୍ୱାସ୍ଥ୍ୟକର ପରିବେଶରେ କର୍ମଚାରୀ କାମ କରୁଛନ୍ତି । ସେହିପରି ସଫେଇ ହେଉନଥିବାରୁ ଆସୁଥିବା ଲୋକ ଏହାକୁ ଦେଖି ଘୋର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ବର୍ତ୍ତମାନର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାହାକି ସେ ସମୟରେ ରାଜାଙ୍କର କଚେରୀ ଭାବରେ ନାମିତ ହୋଇଥିଲା । ଏହି ପୁରାତନ ତଥା ଐତିହ ସମ୍ପନ୍ନ କୋଠା ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବାରୁ ଏହାର ସୁରକ୍ଷା ଏବଂ ଚତୁର୍ପାର୍ଶ୍ଵର ସଫେଇ ପାଇଁ ଦାବୀ ହୋଇଛି ।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

8
400 views

Comment