ମୁରୁସୁଆଁ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ସମାରୋହ।
ମୁରୁସୁଆଁ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ସମାରୋହ।
ପାଟଣା:୨୬/୦୩- ପାଟଣା ବ୍ଲକ ମୁରୁସୁଆଁ ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଖଗେଶ୍ବର ମହାନ୍ତଙ୍କ ସଭାପତିତ୍ବରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିବା ବେଳେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୈବଲ୍ୟ ଚରଣ ସାହୁ ମୁଖ୍ୟ ବକ୍ତାଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। ପାଟଣା ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ରାୟ, ମୁରୁସୁଆଁ ସରପଞ୍ଚ ହରିଶଙ୍କର ଦେହୁରୀ, ସମିତି ସଭ୍ୟ ସୁଶିଲ କୁମାର ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପର୍ଶୁରାମ ମହାନ୍ତ, ଅବସରପ୍ରାପ୍ତ ଖେଳ ଶିକ୍ଷକ ରବୀନ୍ଦ୍ର ନାଥ ସାହୁ, ଏବଂ ବୈଷ୍ଣବ ଚରଣ ମହାନ୍ତ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ। ବରିଷ୍ଠ ଶିକ୍ଷକ ପରମେଶ୍ବର ମହାନ୍ତ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ବିଶ୍ଵଜିତ ନାୟକ ଓ ରଶ୍ମି ପ୍ରଭା ପାତ୍ର ମଞ୍ଚ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ରେ ଟଙ୍କଧର ସେଠୀ, ସଞ୍ଜୟ କୁମାର ଦେହୁରୀ, ସଂଘମିତ୍ରା ସେଠୀ, ତୁଷାର କୁମାର ଦେହୁରୀ, ବନିତା ସାମଲ, ପିଙ୍କି ମୁଣ୍ଡାରୀ, ଚିନ୍ମୟୀ ଜେନା, ରଞ୍ଜନ କୁମାର ସାହୁ, ବିଶ୍ଵ ସୁନ୍ଦର ସାହୁ ସରସ୍ଵତୀ ସାହୁ, ରାଜ କିଶୋର ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଅନିରୁଦ୍ଧ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଅତିଥିମାନଙ୍କଦ୍ଵାରା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।