logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସର୍ବପୁରାତନ ଡି.ଡି.କଲେଜ ର ଅସ୍ତିତ୍ବ ଓ ସ୍ୱତନ୍ତ୍ରତା ଵଜାୟ ରଖିବା ସହ ବିଶ୍ଵବିଦ୍ୟାଳୟ କୁ ପୃଥକ କରିବା ସଂପର୍କରେ...

ସର୍ବପୁରାତନ ଡି.ଡି.କଲେଜ ର ଅସ୍ତିତ୍ବ ଓ ସ୍ୱତନ୍ତ୍ରତା ଵଜାୟ ରଖିବା ସହ ବିଶ୍ଵବିଦ୍ୟାଳୟ କୁ ପୃଥକ କରିବା ସଂପର୍କରେ ମତ
-*************
ଭରତ ପାତ୍ର
ବରିଷ୍ଠ ସଦସ୍ୟ, କେନ୍ଦୁଝର ସିଟି ଜେନ ଫୋରମ୍, ମୋବାଇଲ: 94371 19735
**************


୧) , ତତ୍କାଳୀନ ସରକାର ଙ୍କ ଦ୍ୱାରା ୧୧-୦୨-୨୦୨୩ରେ ହଠାତ୍ କେନ୍ଦୁଝରD.D.College କୁ upgrade କରି University ରେ ପରିଣତ କରିଦିଆଯାଇଥିଲା।
ଏହି ନିଷ୍ପତ୍ତି ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ,ଏକଛତ୍ରଵାଦୀ, ଅପରିପକ୍ଵ ନିଷ୍ପତ୍ତି ଥିଲା। ଯାହାଫଳରେ, କେନ୍ଦୁଝର ଜିଲ୍ଲା ର ଅସ୍ମିତା, ଓ ଐତିହ୍ୟ ର ପ୍ରତୀକ ସର୍ଵ ପୁରାତନ କଲେଜ କୁ ସମାଧି ଦିଆଯାଇଥିଲା। କେନ୍ଦୁଝରିଆଙ୍କ ସ୍ୱାଭିମାନ,ଓ ପୁରାତନ ଛାତ୍ର ମାନଙ୍କ ଭାବାବେଗ ଉପରେ ଚରମ କୁଠାରାଘାତ କରାଯାଇଥିଲା।
ମହାବିଦ୍ୟାଳୟ କୁ ବିଶ୍ୱ ବିଦ୍ୟାଳୟରେ ପରିଣତ କରିବା ପୂର୍ବରୁ ପୁରାତନ ଛାତ୍ର ସଂଘ, ବୁଦ୍ଧିଜୀବୀ,ସ୍ଥାନୀୟ ବିଧାୟକ, ସାଂସଦ,ଓ ଆଇନ , ଅର୍ଥ ବିଭାଗର ପରାମର୍ଶ,ମତାମତ ନିଆଯାଇ ନ ଥିଲା। ତାତ୍କାଳିକ ନିର୍ବାଚନୀ ଫାଇଦା ଉଠାଇବା ପାଇଁ ଅପ୍ରତ୍ୟାଶିତ ଭାବରେ କେବଳ ଗୋଟିଏ ଚିଠି ରେ କଲେଜ କୁ ୟୁନିଭରସିଟି ରେ ପରିଣତ କରିଦିଆଗଲା।

୨) ଏହି ନିଷ୍ପତ୍ତି University act ଅନୁସାରେ ହେଇନଥିଲା କିମ୍ବା ବିଧାନସଭାରେ ବିଲ ପାସ୍ ହୋଇନଥିଲା।
ଅଥଚ,DD Autonomous College ଟି UGC ର ମଞ୍ଜୁରି (recognition)
NAAC, (acridation) ସ୍ୱୀକୃତି
ଆଗାମୀ ଶିକ୍ଷାବର୍ଷ ୨୦୨୬-୨୭ ପର୍ଯ୍ୟନ୍ତ ବଳବତ୍ତର ରହିଛି।

୩) ସମସ୍ତେ ଜାଣନ୍ତି ଯେ, ବିଗତ ସରକାର ର ଏହି ଛାତ୍ର ଵିରୋଧୀ ଅପରିଣାମଦର୍ଶୀ ନିଷ୍ପତ୍ତି ଥିଲା
ଯାହା,କେନ୍ଦୁଝର ଜିଲାର ଗରିବ, ଚାଷୀ, ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଅଭିଶାପ ହେଇଛି। କାରଣ ପୂର୍ଵ ରୁ ଡିଡି କଲେଜ ରେ ଆଡ଼ମିଶନ ବେଳେ ଆଡ଼ମିଶନ ଫି ୧୩୦୦ଟଙ୍କା ଦେଉଥିବା ବେଳେ DD, University ହେବାଫଳରେ ୪୩୦୦ରୁ ଉର୍ଦ୍ଧ୍ବ ଟଙ୍କା ଦେବାକୁ ପଡୁଛି। ପୁଣି ହଷ୍ଟେଲ ବି ଅତ୍ୟଧିକ ହେଇଯାଇଛି। ଏହି କାରଣରୁ ଅନେକ ଆଗ୍ରହୀ ଗରିବ ଛାତ୍ର ଛାତ୍ରୀ ଅଧାରୁ ପାଠ ପଢା ଛାଡୁଛନ୍ତି କିମ୍ବା ଅନ୍ୟ କଲେଜ କୁ ଅନ୍ୟତ୍ର ପଳାଉଛନ୍ତି।ଯାହା ଫଳରେ,ଛାତ୍ର ସମାଜ ଭିତରେ ପ୍ରଚଣ୍ଡ କ୍ରୋଧ ଓ ପ୍ରବଳ ଅସନ୍ତୋଷ ଦେଖାଦେଇଛି

୪) ଏହି ଏକଛତ୍ରଵାଦୀ, ଛାତ୍ର ବିରୋଧୀ ନିଷ୍ପତ୍ତି କୁ ପୁନଃ ବିଚାର କରି ଡିଡି କଲେଜ ପୂର୍ବ ଅସ୍ତିତ୍ବ ଫେରାଇବାକୁ ଓ ବିଶ୍ଵବିଦ୍ୟାଳୟ କୁ ପୃଥକ୍ କରିବାକୁ କେନ୍ଦୁଝର ସିଟିଜେନ ଫୋରମ୍, ପୁରାତନ ଛାତ୍ର ସଂଘ, ଜିଲ୍ଲା ର ସାମାଜିକ ସଂଗଠନ ଓ ବୁଦ୍ଧିଜୀବୀ ମାନେ ଦାବୀ କରି ମାନ୍ୟବର ରାଜ୍ୟପାଳ, ମାନ୍ୟବର ମୁଖ୍ୟମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ, ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଏହି ଦାବୀ ପୂରଣ ପାଇଁ ଧରଣୀଧର ସ୍ଵୟଂଶାସିତ ମହାବିଦ୍ୟାଳୟ ସୁରକ୍ଷା ମଞ୍ଚ ତରଫରୁ ମଧ୍ୟ ୩ଦିନିଆ ଧାରଣା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଦିଆଯାଇଥିଲା। ସେଇ ରାଲି ଓ ଧାରଣା ସ୍ଥଳରେ ଵହୁପୁରାତନ ଛାତ୍ରନେତା,କଲେଜ ପ୍ରେସିଡେଣ୍ଟ, ଶିକ୍ଷାଵିତ୍ ଓ ଶିକ୍ଷିତ, ବରିଷ୍ଠ ନାଗରିକ ମାନେ ଅଂଶ ଗ୍ରହଣ କରିଥିଲେ।

୫) ଅବଶ୍ୟ, ଆମମାନଙ୍କ ଏହି ଧାରାବାହିକ ପ୍ରତିବାଦ ଓ ଦାବୀ କୁ ହୃଦୟଙ୍ଗମ କରି ସ୍ଥାନୀୟ ବିଧାୟକ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ବିଗତ ସରକାର ର ଭୂଲ ନିଷ୍ପତ୍ତି କୁ ପରିବର୍ତ୍ତନ କରି ଡିଡି କଲେଜର
Autonomous status ଫେରାଇ ଦିଆଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଆସିଛନ୍ତି। କିନ୍ତୁ ଦୁଃଖ ଓ ପରିତାପର ବିଷୟ,
ଏ ସଂପର୍କରେ ଶିକ୍ଷା ବିଭାଗ ତରଫରୁ ଚୂଡାନ୍ତ ଘୋଷଣାନାମା ପ୍ରକାଶ ପାଇଲା ନାହିଁ। ଯାହାଫଳରେ, ବିଡ଼ି ବିଶ୍ଵବିଦ୍ୟାଳୟ ରେ ପ୍ରଶାସନିକ,ଶୈକ୍ଷିକ, ବାତାବରଣ ଭୀଷଣ କଳୁଷିତ, ବିଶୃଙ୍ଖଳିତ,ଓ ଅବ୍ୟସ୍ଥିତ ହୋଇଯାଇଛି।

୬) ଆଗାମୀ ଜୁନ୍ ମାସରେ ପାଠପଢ଼ା ର ନୂଆ session ଆରମ୍ଭ ହେଇଯିବ।
ନୂଆ ଆଡ଼ମିଶନ ପ୍ରକ୍ରିୟା ଆରମ୍ଭ ହେବ। ଅତ୍ୟଧିକ ଆଡ଼ମିଶନ ଫି ର ଦଣ୍ଡ ଗରିବ ଛାତ୍ର ଛାତ୍ରୀ ମାନେ ପାଇବେ।
କଟା ଘା ରେ ଚୂନ ଦେଲାଭଳି କଲେଜ ଓ ୟୁନିଭରସିଟି ପୃଥକୀକରଣ ସଂପର୍କରେ ଶିକ୍ଷା ବିଭାଗ ର ଉଦାସୀନତା ଓ ନୀରବତା କେନ୍ଦୁଝର ସଚେତନ ନାଗରିକ ଓ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ମନରେ ଗଭୀର, ହତାଶା , ଉଦବେଗ ଓ ମାନସିକ ବେଦନା ଭରି ଦେଇଛି।
ସର୍ବପୁରାତନ ଧରଣୀଧର କଲେଜ ପରିସରରେ ଆଶା, ଆଶଙ୍କା, ସନ୍ଦେହ, ଅନିଶ୍ଚିତତା ବାଦଲ ଘେରି ରହିଛି ।
ଏକ କରୁଣ ଦୁଃଖ ପୂର୍ଣ୍ଣ ତ୍ରିଶଙ୍କୁ ଅବସ୍ଥା...ରେ ଛାତ୍ର, ଅଧ୍ୟାପକ ଘାଣ୍ଟି ହେଉଛନ୍ତି।
ସମସ୍ତ ଙ୍କ ମନରେ ପ୍ରଶ୍ନ...
ଆମ ଜିଲାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଥାଉଁ ଥାଉଁ ଆମର କାହିଁକି ଏ ଅବସ୍ଥା...???

୭) ଏଇ ସଙ୍କଟଜନକ ପରିସ୍ଥିତି ରେ ଯଥାଶୀଘ୍ର ଆପଣ ହସ୍ତକ୍ଷେପ କରି ଏ ସମସ୍ୟାର ଚୂଡାନ୍ତ ନିଷ୍ପତି ନେବାକୁ ଜିଲ୍ଲା ବାସୀ ଙ୍କ ଦାବୀ।

ଯେହେତୁ,DD College ର recognition ଆସନ୍ତା ୨୦୨୬-୨୭ ଅଛି ,ସେଇ ଆଧାର ରେ DD College ର autonomous status କୁ ଫେରାଇ ଆଣିବା ରେ ଆଇନଗତ ପ୍ରତିବନ୍ଧକ ନାହିଁ।
ଯେହେତୁ, university ର ସ୍ଥାୟୀ କୂଳପତି, ସ୍ଥାୟୀ ଅଧ୍ୟାପକ ଓ ସ୍ଥାୟୀ କର୍ମଚାରୀ ନାହାନ୍ତି।


୮)ଏହି ପୃଷ୍ଠଭୂମିରେ,
DD University କୁ abolish /କିମ୍ବା de-recognise କରି ନୁତନ ନାମକରଣ ଦେଇ ଯଥା "କେନ୍ଦୁଝର ବିଶ୍ୱ ବିଦ୍ୟାଳୟ"ନାମରେ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଉ।
ଏହାଦ୍ବାରା ଜିଲ୍ଲା ର ଗରିବ ଆଦିବାସୀ, ଚାଷୀ ପରିବାରର ଛାତ୍ର ଛାତ୍ରୀ ମାନେ ଶସ୍ତା,ସୁଲଭ,ସହଜ ରେ ଉଚ୍ଚଶିକ୍ଷା ଲାଭ କରିପାରିବେ । ଧରଣୀଧର ସ୍ଵୟଂଶାସିତ ମହାବିଦ୍ୟାଳୟ ର ପୂର୍ଵ ଗୈାରବ ଫେରି ଆସିବ। ଛାତ୍ର ଅଭିଭାବକ ମୁହଁ ରେ ହସ ଫୁଟି ଉଠିବ।
ତାଛଡା ଉଚ୍ଚତର ଶିକ୍ଷା ପାଇଁ ନୂତନ ବିଭାଗ ଖୋଲିବା ସଙ୍ଗେ ସଙ୍ଗେ ଉଚ୍ଚତର ବ୍ୟାପକ ଗବେଷଣା ଉଦେଶ୍ୟ ରେ ଭିତ୍ତିଭୂମି ର ବିକାଶ କରାଯାଇ ପୁରୁଣା ସହର ସୁଲେଇଖମା ସ୍ଥିତ କ୍ୟାମ୍ପସ ଠାରେ ବିଶ୍ୱବିଦ୍ୟାଳୟ ଅଧୀନ ରେ କେନ୍ଦୁଝର ଜିଲ୍ଲାର ସମସ୍ତ କଲେଜ ନିୟନ୍ତ୍ରିତ ଓ ପରିଚାଳିତ ହୋଇ ପୂର୍ଣ୍ଣାଙ୍ଗ ସୁରୁଖୁରୁରେ କାର୍ଯ୍ୟ କରିପାରିବ । ଭବିଷ୍ୟତରେ ସୁନାମଧନ୍ୟ ବିଶ୍ୱବିଦ୍ୟାଳୟ ଭାବେ ପ୍ରସିଦ୍ଧି ଅର୍ଜନ କରିପାରିବ।

21
885 views

Comment