logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଆଦିବାସୀ କଲ୍ଯାଣ ଯୋଜନା "ଅନ୍ବେଷା" ଶୀତଳ ଭଣ୍ଡାର ରେ!

ଆଦିବାସୀ କଲ୍ଯାଣ ଯୋଜନା "ଅନ୍ବେଷା " ଶୀତଳ ଭଣ୍ଡାର ରେ!


କେନ୍ଦୁଝର -୨୬/୦୩(ଖଣ୍ଡାଧାର ନିଉଜ) ଜନଜାତି ବର୍ଗର ଅଭାବି ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ସହରର ଉନ୍ନତ ଏବଂ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପାଠପଢ଼ାର ସୁଯୋଗ ଯୋଗାଇ ଦେବାର ଲକ୍ଷ୍ୟ ରଖି, ନବୀନ ସରକାର " ଅନ୍ଵେଷା" ଯୋଜନା ପ୍ରଣୟନ କରିଥିଲେ । ଏ ଯୋଜନା କେନ୍ଦୁଝର ପରି ଏକ ଆଦିବାସୀ ବହୁଳ ଜିଲ୍ଲାରେ ମଧ୍ୟ କାର୍ଯ୍ୟକାରୀ ହେଉଥିଲା। ହେଲେ, ଏବେ ଏହା ବନ୍ଦ ପ୍ରାୟ। ଅଭାବି, ମେଧାବୀ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଏ ଦ୍ଵାର ବନ୍ଦ ହୋଇଯାଇଛି। ସହରର ଉନ୍ନତ ମାନର ଶିକ୍ଷାରୁ ବଞ୍ଚିତ ଆଦିବାସୀ ଛାତ୍ରଛାତ୍ରୀ।
ଗୋଟିଏ ନିର୍ଦ୍ଦିଷ୍ଟ ଦଳ ଦାବି ରଖିଲା - ଆମେ ଆଦିବାସୀ ମହିଳାକୁ ଦେଶର ରାଷ୍ଟ୍ରପତି ପଦ ଦେଲୁ। ପୁଣି ଓଡ଼ିଶା ପରିପ୍ରେକ୍ଷୀରେ କହିଲା - ଆମେ ଆଦିବାସୀ ପୁଅକୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଲୁ। ଆମେ ଯେମିତି ଆଦିବାସୀଙ୍କ କଲ୍ୟାଣ କଥା ଭାବୁ, ଆଉ କେହି କେବେ ସେପରି ଭାବି ନାହିଁ। ଏ କଥାରେ ତାଳ ମିଳାଇ ଉକ୍ତ ଦଳର ସରକାରର ମାନ୍ୟବର ମୁଖ୍ୟମନ୍ତ୍ରୀ କହିଲେ - ଜନଜାତିଙ୍କ ବିକାଶ ଆମର ପ୍ରାଥମିକତା। ପୁଣି କହିଲେ - ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ରକ୍ଷା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଆଜି ଅନ୍ଵେଷା ଯୋଜନା ପ୍ରତି ସରକାରଙ୍କ ଉଦାସୀନତା ଦେଖି, ଆଦିବାସୀ ଛାତ୍ରଛାତ୍ରୀ ସରକାରଙ୍କ ଏ ଉକ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ଭବିଷ୍ୟତ କୁ ନେଇ ସନ୍ଦିହାନ ହୋଇ ପଡିଛି। ଚିନ୍ତାରେ ଅଭିଭାବକ ଓ ହଷ୍ଟେଲ କର୍ମଚାରୀ । ଏହି ଯୋଜନାରେ ସରକାର ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ସହରରେ ରହିବାର ବ୍ୟବସ୍ଥା କରି, ଉନ୍ନତ ଓ ଇଂରାଜୀ ମାଧ୍ୟମ ସ୍କୁଲ ରେ ଅଧ୍ୟୟନ କରିବାର ସୁଯୋଗ ଦେଇଥିଲେ । ପିଲାମାନେ ପାଠ ପଢି ଆଗକୁ ବଢୁଥିଲେ। ଚମ୍ପୁଆ ର ରାମଲା, କେନ୍ଦୁଝର ଡି. ଡି. କଲେଜ କ୍ଯାମ୍ପସ, ଆନନ୍ଦପୁର ର ଗୋହିରା ଓ ଘଟଗାଁର ଦେହୁରିପଶି ଠାରେ ହଷ୍ଟେଲ ବ୍ଯବସ୍ଥା ହୋଇଛି। ଏଠି ପିଲାମାନେ ରହି, ପ୍ରତିଷ୍ଠିତ ଇଂରାଜୀ ମାଧ୍ୟମ ସ୍କୁଲ ଯଥା: ନିର୍ମଳା କନଭେଣ୍ଟ ସ୍କୁଲ , ସେଣ୍ଟ ଜାଭିଅର ସ୍କୁଲ, ଡି.ଏ. ଭି. ପବ୍ଲିକ ସ୍କୁଲ, କେରଲା ଇଂରାଜୀମାଧ୍ୟମ ସ୍କୁଲ, ଚନ୍ଦ୍ରଶେଖର ଇଂରାଜୀ ମାଧ୍ୟମ ସ୍କୁଲ,ପ୍ରାଣବଲ୍ଲଭ ଇଂରାଜୀ ମାଧ୍ୟମ ସ୍କୁଲ, ଶ୍ରୀ ଗୁରୁକୁଳ ଇଂରାଜୀ ମାଧ୍ୟମ ସ୍କୁଲ,ଗ୍ରୀନଫିଲ୍ଡ ସ୍କୁଲ , ଗାୟତ୍ରୀ ରେସିଡ଼େନ୍ସିଆଲ ସ୍କୁଲ ସେଣ୍ଟ ମେରୀ ସ୍କୁଲ ରେ ବାରଶହ ଛବିଶ ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି। ଏବଂ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ତରଫରୁ ୧୭୧ ଜଣ ଖଣି ପ୍ରଭାବିତ ଅଞ୍ଚଳ ର ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି । ।ଏବର୍ଷ ୨୭୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇ ଥିବା ନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି କହିଛନ୍ତି। ଏବର୍ଷ ସରକାର ଅନ୍ଵେଷା ହଷ୍ଟେଲ ଛାତ୍ର ଛାତ୍ରୀଙ୍କ ମାସିକ ଅନୁଦାନ ବୃଦ୍ଧି କରିଛନ୍ତି ସତ, କିନ୍ତୁ ବିଗତ ୨ବର୍ଷ ହେଲା ନୂଆ ଛାତ୍ରଛାତ୍ରୀଙ୍କ ନାମ ଲେଖା ବନ୍ଦ କରାଯାଇଛି । ଏବେ ଚିଠି ନଂ ୭୫୧୧ ତା ୨୩/୦୩/୨୬ ଅନୁସାରେ ଷଷ୍ଠ ଶ୍ରେଣୀ ପର୍ଯନ୍ତ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ଏକଲବ୍ଯ ସ୍କୁଲ, ଆଦର୍ଶ ବିଦ୍ୟାଳୟ ରେ ଅବସ୍ଥାପିତ କରିବା ପାଇଁ ନିର୍ଦ୍ଦେଶ ଅଛି l ଛାତ୍ରଛାତ୍ରୀଙ୍କ ଅନୁପାତରେ ହଷ୍ଟେଲ କର୍ମଚାରୀଙ୍କୁ ରଖି ବଳକା କର୍ମଚାରୀ ମେଟ୍ରୋନ ଟିଉସନ ଶିକ୍ଷକ ସିସିଏ ମାନଙ୍କୁ ଛଟେଇ କରିବା ନେଇ ପ୍ରକ୍ରିୟା ଆରମ୍ଭ କରାଯିବାର ସୂଚନା ମିଳିଛି ।ଫଳରେ ଆଦିବାସୀ ଛାତ୍ରଛାତ୍ରୀ ସହରରେ ରହି ପାଠ ପଢ଼ିବାରୁ ବଞ୍ଚିତ ହେଉଛନ୍ତି। ଆଦିବାସୀ ମୁଖ୍ଯମନ୍ତ୍ରୀଙ୍କ ସମୟରେ ଆଦିବାସୀଙ୍କ କଲ୍ଯାଣ ଯୋଜନା ବନ୍ଦ କରି ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷା ରୁ ବଞ୍ଚିତ କରାଯାଇ ଥିବାରୁ ଅଭିଭାବକ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। କେନ୍ଦ୍ର ରେ ଉପା ସରକାର ଶିକ୍ଷାକୁ ଏକ ମୌଳିକ ଅଧିକାର ମାନ୍ୟତା ଦେଇଥିବା ବେଳେ, ଓଡ଼ିଶାରେ ଏହା କ'ଣ ମୌଳିକ ଅଧିକାର, ନା ସରକାରଙ୍କ ଦୟା ବୋଲି ଆଦିବାସୀ ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକ ପ୍ରଶ୍ନ କରିଛନ୍ତି। ବିନା ଉନ୍ନତ ଶିକ୍ଷାରେ ଜନଜାତିଙ୍କ ବିକାଶ କିପରି ସମ୍ଭବ ବୋଲି କେତେକ ଅବିଭାବକ ପ୍ରଶ୍ନ କରିଛନ୍ତି। ଅନ୍ଵେଷା ପରି ଏକ କଲ୍ୟାଣକାରୀ ଯୋଜନାକୁ ଗତ ବର୍ଷ ଠାରୁ ବନ୍ଦ କରିଥିବା ବେଳେ, ମାନ୍ୟବର ଆଦିବାସୀଙ୍କ କେଉଁ ସାମ୍ବିଧାନିକ ଅଧିକାର କଥା କହୁଛନ୍ତି ବୋଲି କ୍ଷୀରମଣୀ ମହାନ୍ତ, ପ୍ରବିଣା ଜେନା ଅଚ୍ୟୁତ ପାତ୍ର, ଜୟନ୍ତି ନାଏକ,ଫୁଲମଣୀ ଦେହୁରୀ ପ୍ରମୁଖ ପ୍ରଶ୍ନ ରଖିଛନ୍ତି।
ସରକାର ଏହି ଯୋଜନା କୁ ବନ୍ଦ ନକରି, ପୁନର୍ବାର ନାମ ଲେଖାର ସୁଯୋଗ ପ୍ରଦାନ କରିବା ସହ, ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ ସକାଶେ " ଅନ୍ଵେଷା" ଯୋଜନାକୁ ଚାଲୁ କରିବାସହ ସମସ୍ତ କର୍ମଚାରୀଙ୍କ ଥଇଥାନ କରିବାକୁ ଦାବୀ କରିଛନ୍ତି। ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି କହିଛନ୍ତି।

ମନୋଜ ପଟେଲଙ୍କ ରିପୋର୍ଟ।

3
1362 views

Comment