ମାନ୍ୟବର ଉଚ୍ଚ ନ୍ୟାୟାଳୟ ରେ ଶ୍ରୀ ବାଲୁଙ୍କେଶ୍ଵର ମହେଶ ବୀଜେ ଠାକୁରଙ୍କ ଜମିବାଡି ଭୂସମ୍ପତ୍ତି ମାମଲା ପୁନର୍ବାର ମୁଲତବୀ ହେଲା।
ମାନ୍ୟବର ଉଚ୍ଚ ନ୍ୟାୟାଳୟ ରେ ଶ୍ରୀ ବାଲୁଙ୍କେଶ୍ଵର ମହେଶ ବୀଜେ ଠାକୁରଙ୍କ ଜମିବାଡି ଭୂସମ୍ପତ୍ତି ମାମଲା ପୁନର୍ବାର ମୁଲତବୀ ହେଲା।
----------------------------------------------
ଶ୍ରୀ ବାଲୁଙ୍କେଶ୍ଵର ମହେଶ ବୀଜେ ଠାକୁରଙ୍କ ଜମିବାଡି ଭୂସମ୍ପତ୍ତି ବିବାଦ ସମ୍ପର୍କରେ ଯେଉଁ ମାମଲା ରହିଛି। ତାହା ମାନ୍ୟବର ଉଚ୍ଚ ନ୍ୟାୟାଳୟ ତରଫରୁ ପୁନର୍ବାର ମୁଲତବୀ କରାଯାଇଥିବା ଜାଣିବା ପାଇଁ ମିଳୁଅଛି। ଠାକୁରଙ୍କ ଜମିବାଡି ଭୂସମ୍ପତ୍ତି ବାବଦରେ ଶ୍ରୀ ବାଲୁଙ୍କେଶ୍ଵର ମହେଶ ବୀଜେ ଟ୍ରଷ୍ଟ ବୋର୍ଡ, ବଡ଼ ଶାସନ, କେନ୍ଦୁଝରଗଡ ତରଫରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ, ଓଡ଼ିଶା ଙ୍କ ନିକଟରେ ସରକାରଙ୍କ ବିରୁଦ୍ଧରେ ମାମଲା ଗତବର୍ଷ ୨୦୨୫, ଜୁନ ମାସରୁ ମାମଲା ଚାଲୁରହିଛି।
ଠାକୁରଙ୍କ ଟ୍ରଷ୍ଟ ବୋର୍ଡ ତରଫରୁ କରାଯାଇଥିବା ମକଦ୍ଦମାରେ ମେମ୍ବର ଏଣ୍ଡ ବୋର୍ଡ ଅଫ୍ ରେଭେନ୍ୟୁ ସେକ୍ରେଟାରୀ, କେନ୍ଦୁଝର ଜିଲ୍ଲାପାଳ, କେନ୍ଦୁଝରଗଡ ଉପଜିଲ୍ଲାପାଳ ଏବଂ କେନ୍ଦୁଝରଗଡ ସଦର ତହସିଲଦାର ଙ୍କୁ ପକ୍ଷଭୁକ୍ତ କରାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ ବାରମ୍ବାର ସରକାରଙ୍କ ତରଫରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ରେ ତାରିଖ ଗଡାଇ ଗଡାଇ ନ୍ୟାୟପାଳିକାର ସମୟ ନଷ୍ଟ କରାଯାଉଛି। ଯେହେତୁ ସରକାରଙ୍କ ନିକଟରେ ଠାକୁରଙ୍କ ଜମିବାଡି ଭୂସମ୍ପତ୍ତି ବିରୁଦ୍ଧରେ ଯୁକ୍ତିଯୁକ୍ତ ପ୍ରମାଣ ନାହିଁ। ଯାହାକିଛି ପ୍ରମାଣ ରହିଛି, ସେସବୁ ଠାକୁରଙ୍କ ସପକ୍ଷରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି। ମାନ୍ୟବର ଉଚ୍ଚ ନ୍ୟାୟାଳୟ ରେ ଡବ୍ଲ୍ୟୁ.ପି.ସି. କେସ୍ ନମ୍ବର: ୧୬୬୫୨ ଅନୁଯାୟୀ ୨୦ ଫେବୃଆରୀ, ୨୦୨୬ ଶୁଣାଣି ସମୟରେ ଠାକୁରଙ୍କ ସପକ୍ଷରେ ପର୍ଯ୍ୟାପ୍ତ ଯୁକ୍ତିଯୁକ୍ତ ପ୍ରମାଣ ମାନ୍ୟବର ଅଦାଲତରେ ସ୍ପଷ୍ଟ ଉପସ୍ଥାପିତ କରାଯାଇଛି। ମାନ୍ୟବର ଉଚ୍ଚ ନ୍ୟାୟାଳୟ ତରଫରୁ ୨୦୨୬, ୨୫ ମାର୍ଚ୍ଚ ରେ ସଂପୂର୍ଣ୍ଣ ଶୁଣାଣି କରିବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଉକ୍ତ ତାରିଖ ରେ ଫଇସଲା କରାଯାଇପାରି ନାହିଁ, ତାହା ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମୁଲତବୀ କରାଯାଇଥିବା ଜାଣିବା ପାଇଁ ମିଳୁଅଛି। ପ୍ରାପ୍ତ ସୂଚନା ଅନୁସାରେ ପରବର୍ତ୍ତୀ ଶୁଣାଣି ୨୦୨୬, ମଇମାସ ୧୫ ତାରିଖ ଧାର୍ଯ୍ୟ କରାଯାଇଛି।
ଶ୍ରୀ ବାଲୁଙ୍କେଶ୍ଵର ମହେଶ ବୀଜେ ଟ୍ରଷ୍ଟ ବୋର୍ଡ ତଥା ଠାକୁରଙ୍କ ସେବାୟତମାନଙ୍କ ସହିତ ଯୋଗାଯୋଗ କରିବା ଦ୍ବାରା ଜାଣିବା ପାଇଁ ମିଳୁଅଛି କି ସରକାରଙ୍କ ତରଫରୁ ଜାଣି ବୁଝି କେସ୍ କୁ ବିଳମ୍ବିତ କରିବା ପାଇଁ ଉଦ୍ୟମ କରାଯାଉଛି। ଏପରି ହେବାର ମୁଖ୍ଯ କାରଣ ବର୍ତ୍ତମାନ ଶାସନାଧିନ ସରକାରଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରଚ୍ଛନ୍ନଭାବରେ ହାତ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗୋଚର ଏବଂ ନିର୍ଦ୍ଦେଶ ଅନୁକ୍ରମରେ ଠାକୁରଙ୍କ ଜମିବାଡି ଭୂସମ୍ପତ୍ତି ସରକାରୀ ଖାତାକୁ ନିଆଯାଇଛି। ଯାହାକି ଆଇନ୍ ଅନୁସାରେ ଯୁକ୍ତିଯୁକ୍ତ ନୁହେଁ; ଏହା ଏକପ୍ରକାର ଗୁଣ୍ଡାଗର୍ଦ୍ଦି କରି ଠାକୁରଙ୍କ ସମସ୍ତ ଜମିବାଡି ଭୂସମ୍ପତ୍ତି ଜୋରଜବରଦସ୍ତି ଭାବରେ ଅପହରଣ କରାଯାଇଛି।
ଠାକୁରଙ୍କ ଟ୍ରଷ୍ଟ ବୋର୍ଡ ତରଫରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ କେନ୍ଦୁଝର ଜିଲ୍ଲାପାଳ, କେନ୍ଦୁଝରଗଡ ଉପଜିଲ୍ଲାପାଳ ଏବଂ କେନ୍ଦୁଝରଗଡ ସଦର ତହସିଲଦାର ଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ଓ ବ୍ୟକ୍ତିଗତ ଭାବରେ ହାଜର ହୋଇ ନିଜର ପକ୍ଷ ରଖିବା ପାଇଁ ଉକ୍ତ କେସ୍ ରେ ଅନ୍ତର୍ଭୂକ୍ତ ହୋଇସାରିଛି। ଯାହାଫଳରେ ପ୍ରଶାସନିକ ପଦାଧିକାରୀ ମାନେ ଏଥିରୁ ନିଜକୁ ରକ୍ଷା କରିବାକୁ ବାରମ୍ବାର ବିଭିନ୍ନ ପ୍ରକାରର ବାହାନା ବାଜି କରି ମାନ୍ୟବର ଉଚ୍ଚ ନ୍ୟାୟାଳୟ ରେ ତାରିଖ ପରେ ତାରିଖ ଗଡାଇ ଚାଲିଛନ୍ତି। ଏପରିକି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରଚ୍ଛନ୍ନଭାବରେ ହାତ ରହିଥିବା କାରଣରୁ ନିଜର କୁକର୍ମରୁ ବର୍ତ୍ତିବାକୁ ଜୋରସୋରରେ ଅପ୍ରାଣ ଉଦ୍ୟମ କରାଯାଉଛି। ଠାକୁରଙ୍କ ଟ୍ରଷ୍ଟ ବୋର୍ଡ ର ସେବାୟତ ତଥା କର୍ମ କର୍ତ୍ତାଗଣଙ୍କ କହିବା କଥା ଯେ, ନିଜର ଘରଦ୍ବାର, ଜମିବାଡି ଓ ଭୂସମ୍ପତ୍ତି ସବୁକିଛି ବରଂ ବିକ୍ରୀ କରିଦେବୁ, କିନ୍ତୁ ଠାକୁରଙ୍କ ଜମିବାଡି ଭୂସମ୍ପତ୍ତି ଫେରାଇ ଆଣିବା ପାଇଁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ରେ ମଧ୍ଯ ମାମଲା ଋଜୁ କରିବା ପାଇଁ ପଛଘୁଞ୍ଚା ଦେବୁ ନାହିଁ। ଏହା ମଧ୍ଯ ସ୍ପଷ୍ଟ କରିଛନ୍ତି ଯେ ପୂର୍ବରୁ ବିଜେଡି ସରକାରଙ୍କ ସମୟରେ ଠାକୁରଙ୍କ ଜମିବାଡି ଭୂସମ୍ପତ୍ତି ବିରୁଦ୍ଧରେ କୌଣସି ପ୍ରକାରର ବେଆଇନ୍ କାର୍ଯ୍ୟ କରିନଥିଲେ। କିନ୍ତୁ ବର୍ତ୍ତମାନ ବିଜେପି ସରକାରଙ୍କ ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁକ୍ରମରେ ପ୍ରଶାସନିକ ପଦାଧିକାରୀ ମାନେ ଏପରି ହୀନମନ୍ୟତାର କାର୍ଯ୍ୟ କରିଛନ୍ତି ବୋଲି ଟ୍ରଷ୍ଟ ବୋର୍ଡ ତରଫରୁ ମତବ୍ୟକ୍ତ କରିଛନ୍ତି।
ଏଠାରେ ଗୋଟିଏ ବିଚିତ୍ର ବିଷୟ ସର୍ବସାଧାରଣ ଜାଣିବା ନିତାନ୍ତ ଜରୁରୀ ଅଟେ। ମାନ୍ୟବର ମୁଖ୍ୟମନ୍ତ୍ରୀ କେଉଁ ରାଜନୈତିକ ଦଳରୁ ଆସିଛନ୍ତି? ଏକଥା କାହାକୁ ଅଛପା ନାହିଁ, କିନ୍ତୁ ଠାକୁରଙ୍କ ଟ୍ରଷ୍ଟ ବୋର୍ଡ ର ସେବାୟତମାନେ ମଧ୍ଯ ସେହି ଗୋଟିଏ ରାଜନୈତିକ ଦଳର ଅନ୍ଧ ଭକ୍ତ ଅଟନ୍ତି। ଅର୍ଥାତ୍ ଗୋଟିଏ ଡାଳର ଫଳ, ବାଜେ ଠଳ ଠଳ! ଯେଉଁଠି ଠାକୁରଙ୍କ ଜମିବାଡି ଭୂସମ୍ପତ୍ତି ସବୁକିଛି ଲୁଟିବାକୁ ଡରୁନାହାଁନ୍ତି, ନିଜର ଅନ୍ଧ ଭକ୍ତ ମାନଙ୍କୁ ବିଶ୍ବାସ ଘାତକ କରିବା ପାଇଁ ପଛଘୁଞ୍ଚା ଦେଉନାହାଁନ୍ତି। ସେଠାରେ ସର୍ବସାଧାରଣ ଜନତାଙ୍କ ସମସ୍ୟା ବିଷୟରେ ପଚାରେ କିଏ?
ସୌଜନ୍ୟ: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର।