logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପଞ୍ଚପଟ୍ଟମାଳି ନାଟ୍ଯ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ପର୍ବର ପ୍ରେସ ମିଟ୍ ,ଦାମନଯୋଡି,କୋରାପୁଟ, ଓଡ଼ିଶା ,ତା୨୬/୩/୨୬(ଗୁରୁବାର)

ଦାମନଯୋଡି, 26/3: କୋରାପୁଟ ଜିଲ୍ଲା ଦାମନଯୋଡି ଶିଳ୍ପାଞ୍ଚଳ ସ୍ଥିତ ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ 'ପଞ୍ଚପଟ୍ଟମାଳୀ ନାଟ୍ୟ ମହୋତ୍ସବ' ଆନୁକୂଲ୍ୟରେ ସେକ୍ଟର -1ସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ହେବାକୁ ଥିବା ବିଂଶ ରାଜ୍ୟସ୍ତରୀୟ ନାଟକ ପ୍ରତିଯୋଗିତା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି l ସୂଚନା ଅନୁଯାୟୀ ଏପ୍ରିଲ 3 ତାରିଖରୁ 13 ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ l ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ମୋଟ 34ଟି ନାଟ୍ୟ ଅନୁଷ୍ଠାନ ପାଣ୍ଡୁଲିପି ସହ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆବେଦନ କରିଥିବା ବେଳେ 18ଟି ନାଟ୍ୟସଂସ୍ଥାକୁ ଚୟନ କରାଯାଇଛି ବୋଲି ସୂଚନା ମିଳିଛି l ପ୍ରତ୍ୟେକ ସନ୍ଧ୍ୟାରେ ଦୁଇଟି ନାଟକ ପ୍ରଦର୍ଶନ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ସନ୍ଧ୍ୟା 7:30 ରେ ନାଟକ ଆରମ୍ଭ ହେବ l ଏତଦ ବ୍ୟତୀତ ସ୍ଥାନୀୟ ଅଂଚଳର 6ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ 'ଉନ୍ମେଷ' କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ବିଶିଷ୍ଟ ନାଟ୍ୟବିତ ରମାକାନ୍ତ ମିଶ୍ର, ନବଦୀପ ମହାଲିକ ଏବଂ ଦିନେଶ ଦାସ ନିର୍ଣ୍ଣାୟକ ମଣ୍ଡଳୀର ସଦସ୍ୟ ରୂପେ ଦାୟିତ୍ୱ ନିର୍ବାହ କରିବେ l ଏହି ଅବସରରେ ଓଡ଼ିଶାର ଦୁଇ ଜଣ ସୁନାମଧନ୍ୟ ନାଟ୍ୟବିତଙ୍କୁ ପଞ୍ଚପଟ୍ଟମାଳୀ ନାଟ୍ୟ ସମ୍ମାନରେ ସମ୍ମାନିତ କରାଯିବ l ଆଜିର ଆଧୁନିକ ଯୁଗରେ ଓଡିଶାର କଳା, ସଂସ୍କୃତି, ପରମ୍ପରାକୁ ଉଜ୍ଜୀବିତ ରଖିବା ସହ ଦର୍ଶକମାନଙ୍କୁ ନାଟକାଭିମୁଖୀ କରାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ସମ୍ପାଦକ ନିର୍ମଳ କୁମାର ରାଉତ ସୂଚନା ଦେଇଥିଲେ l ଏହି ସାମ୍ବାଦିକ ସମ୍ମିଳନୀରେ ପଞ୍ଚପଟ୍ଟମାଳୀ ନାଟ୍ୟ ମହୋତ୍ସବର ଉପ ସଭାପତି ରଞ୍ଜୟ କୁମାର କାନୁନଗୋ, ଯୁଗ୍ମ ସମ୍ପାଦକ ଚିତ୍ତ ରଞ୍ଜନ ଦାଶ, କାର୍ଯ୍ୟାଳୟ ସମ୍ପାଦକ ଶ୍ରୀକାନ୍ତ କୁମାର ସାହୁ, କାର୍ଯ୍ୟକାରିଣୀ ସଭ୍ୟ ଏନ ରବି କୁମାର, କେ ନାଗେଶ୍ୱର ପାତ୍ର, ଉତ୍ତମ କୁମାର ପଟ୍ଟନାୟକ, ମୁରଲୀଧର ଦାସ, ଅରୁଣ କୁମାର ମିଶ୍ର, ପଞ୍ଚାନନ ସାଥୁଆ, ସ୍ବପ୍ନରାଜ ମିଶ୍ର, ଗୌତମ ବିଷୋୟୀ, ରଶ୍ମି ରଞ୍ଜନ ମହାରଣା, ଗୋବିନ୍ଦ ଚନ୍ଦ୍ର ବାରିକ, ଅରୁଣାଂଶୁ କୁମାର ମହାନ୍ତ, ହେମନ୍ତ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ l

62
2327 views

Comment