logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସୁରଞ୍ଜନର ଗାଆଁ ରଚନା ଦେବାଶିଷ ଚକ୍ରବର୍ତ୍ତୀ

ସୁରଞ୍ଜନ ର ଗାଆଁ
**************
ଦେବାଶିଷ ଚକ୍ରବର୍ତ୍ତୀ

ଦେବଗିରି ପାହାଡ ତଳିଆ
ଗାଆଁଟିଏ ଶିଙ୍ଗାଖୁଣ୍ଟା
ନାଆଁ ଟି ଯଦିଓ ମନେ ହୋଇପାରେ
ମଲା ଗଛର ଥୁଣ୍ଟା ଡାହିପରି ଦନ୍ଥଡା
ହେଲେ ତା ଭିତରୁ ଅହରହ
ଶୁଭି ଯାଉଥାଏ କବିତା ର ଶିଙ୍ଗା
ଯାହାକୁ ଶୁଣିବାକୁ କେବଳ
ଏକାଠି ହୁଅନ୍ତିନି
ଭଦ୍ରକ,ଯାଜପୁର,କେନ୍ଦୁଝର କି
ମୟୂରଭଞ୍ଜ ଭଳି ପଡିଶା
ବରଂ ଦିନକ ପାଇଁ ହେଉପଛେ ତାହା
ପାଲଟିଯାଏନି କି ମିନି ଓଡ଼ିଶା?

ସତରେ କଣ ଅଛି କି ସେଇ ଗାଆଁ ରେ
ସଦ୍ୟ ଆବିଷ୍କୃତ ସୁନାଖଣି
ନା ସେଇଠି ଜନ୍ମିଛନ୍ତି କେହି ମଉଡମଣି ?
ଏସବୁ କିଛି ବି ଘଟିନି ସେଠାରେ
ବରଂ କବିତା ବାଉଳା ପିଲାଟିଏ
ଜନ୍ମ ନେଇଛି ତା କୋଳରେ
ନାଆଁ ତାର ସୁରଞ୍ଜନ
ଯାହାର ଡୋଳା ରେ ବୋଳା ହୋଇଛି
କଳ୍ପନା ର ଅଞ୍ଜନ
ତାର ଆବେଗ ର ଦୋଳଣା ରେ ଅହରହ
ଦୋଳି ଖେଳୁଥାଏ କବିତା ସୁନ୍ଦରୀ
ସେଇଥି ପାଇଁତ ସେ ଆକାଶର
କବରୀ ରୁ ମେଘଫୁଲ ତୋଳିପାରେ
ଶଙ୍କା ନ କରି।

ଦୂରା ଗତ ଅତିଥି ଙ୍କ ପାଇଁ କଣ
ପରଷା ହୁଏ କି ସେଠାରେ?
ବିଶ୍ରାମ ନେବାକୁ ଗଜଦନ୍ତ ପଲଙ୍କ ରେ
ସଜିଲ ହୋଇ ଥାଏ କି ତୂଳୀତଳ୍ପ?
ନା ସୁନାଥାଳି ରେ ପରଷା ହୁଏ
ରାଜା ର ମଣୋହି?
ଏସବୁର କିଛି ଆବଶ୍ୟକତା ନଥାଏ ସେଠାରେ
କାରଣ ପ୍ରକୃତି ପରଷିଥାଏ
ଆଦ୍ୟ ବସନ୍ତ ର ମଳୟ
ସ୍ୱାଗତ କରିବାକୁ ତୋରଣପରି
ଗଛମାନେ ନାଇଥାନ୍ତି ପାଟଳ ରଙ୍ଗର କିଶଳୟ
ଆମ୍ବ ବଉଳ ଓ ବଣଫୁଲ ର ବନ୍ଦାଣ ଥାଳି
ପକ୍ଷୀ କାକଳି ର ହୁଳହୁଳି
ମୁନି ଜନୋଚିତ ଖାଦ୍ୟରେ
ମିଶିଥାଏ ଅକୃପଣ ଆପଣାପଣ
ତେଣୁ ତାହା ହୋଇଉଠେନି କି ବୈକୁଣ୍ଠସମ?

ସତରେ ଅସୁମାରି ଗାଆଁ ତ ରହିଛନ୍ତି ଆମରି ଦେଶରେ
ହେଲେ କେତେ ସୌଭାଗ୍ୟବତୀ
ଅର୍ଜି ପାରିଛନ୍ତି କବି ମଣିଷଙ୍କୁ କୋଳରେ ଧରିବାର ଶାଶ୍ଵତ ପରିଚୟ
ସେମାନେ ନୁହନ୍ତି କି ଅଙ୍ଗୁଳିମେୟ?
ମଧ୍ୟାହ୍ନ ର ଖରା ପରି
ପ୍ରଚୂର୍ଯ୍ୟ ରେ ଦାଉ ଦାଉ ନହେଲେ ବି
ସଜ ସକାଳ ପରି ସେମାନେ ଚିରକାଳ
ହେଉ ନଥିବେ କି ମହମହ ?
(ଅନୁଜ ପ୍ରତିମ ଯୁବକବି ସୁରଞ୍ଜନ ପାତ୍ର ଙ୍କୁ ସମର୍ପିତ )
ମଣ୍ଡୁଆ,କେନ୍ଦୁଝର ଗଡ
ମୋ -୯୪୩୭୭୫୨୩୯୫

ସୌଜନ୍ଯ - ଡମ୍ବରୁ ମହାନ୍ତ
ଉପସ୍ଥାପନା ବାବୁଲାଲ ପଲେଇ ଆଇମା ମିଡିଆ
ମୋବାଇଲ୍ - 9437152936

4
686 views

Comment