logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାସିକ ଚାଉଳ ବାଟମାରଣା

ମାସିକ ଚାଉଳ ବାଟମାରଣା ଘଟଣା , ବାରମ୍ଵାର ପଞ୍ଚାୟତ ଯାଇ ହତାଶ ହିତାଧୀକାରୀ , କାର୍ଯ୍ୟାନୁଷ୍ଠାନ ଶୂନ୍ୟ

କାଲିମେଳା,୨୬|୩ : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ମାନ୍ୟମକୋଣ୍ଡା ପଞ୍ଚାୟତରେ ହିତାଧିକାରୀଙ୍କ ମାସିକ ଚାଉଳ ବାଟମାରଣା ଘଟଣା । ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ମଧ୍ୟ ଚେତିଲେଣି ବ୍ଲକ ପ୍ରଶାସନ । ସୂଚନା ମୁତାବକ ଉକ୍ତ ପଞ୍ଚାୟତ ରେ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ପିଡିଏସ୍ ବ୍ୟବସ୍ଥାରେ ଗତ ଜୁନ ମାସରେ ଯୋଗାଇ ଦିଆଯିବା ପାଇଁ ଆସିଥିବା ଚାଉଳ କୁ ତତ୍କାଳୀନ ଯୋଗାଣ ସହାୟକ ରଘୁ ବଡ଼ନାୟକ ହିତାଧିକାରୀଙ୍କୁ ପ୍ରଦାନ ନ କରି ରାସନ୍ କାର୍ଡ ଖାତାରେ ପ୍ରଦାନ କରାଯାଇଥିବା ଦର୍ଶାଇ ହରିଲୁଟ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ବିଭିନ୍ନ ଖବର କାଗଜରେ ମଧ୍ୟ ପ୍ରକାଶ ପାଇଥିଲା । ଖବର ପ୍ରକାଶିତ ହେବା ପରେ କାଲିମେଳା ବିଡ଼ିଓ ବ୍ଳକ୍ ଯୋଗାଣ ନୀରିକ୍ଷକ ଚିନ୍ମୟ ସାହୁଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯୋଗାଣ ନୀରିକ୍ଷକ ଏହାର ତଦନ୍ତ କରି ଉକ୍ତ ପଞ୍ଚାୟତର ଯୋଗାଣ ସହାୟକଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ମୋଟୁ ପଞ୍ଚାୟତକୁ ବଦଳୀ କରିଥିଲେ । ଏବଂ ଉକ୍ତ ହିତାଧିକାରୀ ମାନଙ୍କୁ ସେମାନଙ୍କର ମାସିକ ଚାଉଳ ଅତି ଶୀଘ୍ର ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ଏହାରି ଭିତରେ ମାସ ମାସ ବୀତିଗଲେ ମଧ୍ୟ ହିତାଧିକାରୀ ମାନଙ୍କୁ ସେମାନଙ୍କର ମାସିକ ଚାଉଳ ଦିଆଯାଇନଥିବା ଅଭିଯୋଗ ହୋଇଛି । ବିଡ଼ିଓଙ୍କ ତାଗିଦ୍ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ୍ୟ ବୋଲି ହିତାଧିକାରୀ ମାନେ କହିଛନ୍ତି । ଅଧିକାରୀ ମାନେ ହିତାଧିକାରୀଙ୍କୁ ପଞ୍ଚାୟତରେ ଚାଉଲ ଆସିଲେ ଉକ୍ତ ମାସର ଚାଉଲ ପ୍ରଦାନ କରାଯିବ ବୋଲି କହୁଥିବା ବେଳେ ପଞ୍ଚାୟତରେ ଗଲେ ଷ୍ଟକ୍ ନଥିବା କହୁଛନ୍ତି ବୋଲି ଅଭିଯୋଗ ହୋଇଛି । ତଦନ୍ତ ପରେ ମଧ୍ୟ ଉକ୍ତ ଚାଉଳ ପ୍ରଦାନ ନ କରିବା ପଛରେ କେଉ ଅଧିକାରୀଙ୍କ ହାତ ରହିଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଯୋଗାଣ ନିରୀକ୍ଷକଙ୍କ କାଯ୍ୟ ଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଏ ସମ୍ପର୍କରେ କାଲିମେଳା ବିଡ଼ିଓ ପ୍ରଦୀପ କୁମାର କରଙ୍କୁ ଯୋଗାଯୋଗ କରିବାରୁ ସେ ଏହି ଘଟଣାର ପୁନଃ ତଦନ୍ତ ପାଇଁ ଯୋଗାଣ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି । ତେବେ ହିତାଧିକାରୀଙ୍କୁ କେବେ ନ୍ୟାୟ ମିଳିବ ତାହା ଦେଖିବାକୁ ଲୋକେ ଚାହିଁ ରହିଛନ୍ତି ।

38
1653 views

Comment