logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପେଦାକୋଣ୍ଡାରେ ନିର୍ମାଣ ଶ୍ରମିକ ସଚେତନତା ଓ ପଞ୍ଜିକରଣ ଶିବିର ଅନୁଷ୍ଠିତ*

*ପେଦାକୋଣ୍ଡାରେ ନିର୍ମାଣ ଶ୍ରମିକ ସଚେତନତା ଓ ପଞ୍ଜିକରଣ ଶିବିର ଅନୁଷ୍ଠିତ*

*ମାଲକାନଗିରି,୨୫/୩/୨୬:*

ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ମାଲକାନଗିରି ବ୍ଲକ ଅନ୍ତର୍ଗତ ପେଦାକୋଣ୍ଡା ଗ୍ରାମ ପଞ୍ଚାୟତଠାରେ ଏକ ଶ୍ରମିକ ପଞ୍ଜିକରଣ ଓ ସଚେତନତା ଶିବିର ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି କ୍ୟାମ୍ପରେ ସହକାରୀ ଶ୍ରମ ଅଧିକାରୀ ତନ୍ମୟ ମଣ୍ଡଳ ଉପସ୍ଥିତ ରହି ଶ୍ରମିକମାନଙ୍କୁ ସରକାରୀ ଯୋଜନା ବିଷୟରେ ଅବଗତ କରାଇଥିଲେ। ମୋ ସେବା କେନ୍ଦ୍ର ଜରିଆରେ ୫୭ ଜଣ ଶ୍ରମିକଙ୍କୁ ତୁରନ୍ତ ଅନଲାଇନ ପଞ୍ଜିକରଣ କରାଯାଇଛି । ୪୪ ରୁ ଅଧିକ ଶ୍ରମିକଙ୍କ କାର୍ଡ ନବୀକରଣ କରାଯିବା ସହ ଅଚଳ ଥିବା କାର୍ଡଗୁଡ଼ିକୁ ସକ୍ରିୟ କରାଯାଇଛି। ଶିବିରରେ ଉପସ୍ଥିତ ୧୪୯ ଜଣ ଶ୍ରମିକଙ୍କୁ ପ୍ରବାସୀ ଓ ଅଣସଂଗଠିତ କ୍ଷେତ୍ରରେ ମିଳୁଥିବା ସରକାରୀ ସୁବିଧା ବିଷୟରେ ବୁଝାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଆରଏସ ଏବଂଶ୍ରମ କାର୍ଯ୍ୟାଳୟର କର୍ମଚାରି ଚିନ୍ମୟ ରାଉତରାୟ, ରିକୁ ରଞ୍ଜନ ଅଧିକାରୀ ଓ ସୋନାଲି ରାୟ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଜନଜାତି ବହୁଳ ଅଞ୍ଚଳରେ ଶ୍ରମିକମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନର ଏହି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି ।

1
516 views

Comment