logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜିଲ୍ଲା କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଆଜି ମାଲକାନଗିରି ଜିଲ୍ଲା ବନ୍ଦଡାକରା

ମାଲକାନଗିରି ଜିଲ୍ଲା ବନ୍ଦ (ମଣ୍ଡି ଅବ୍ୟବସ୍ଥା ପ୍ରତିବାଦ)

ମଣ୍ଡିରେ ପଡ଼ି ରହିଛି ହଜାର ହଜାର କ୍ୱିଣ୍ଟାଲ ଧାନ, ଅଦିନିଆ ବର୍ଷାରେ ଗଜା ହେଲାଣି ଚାଷୀର କଷ୍ଟ ଉପାର୍ଜିତ ଶସ୍ୟ। ଏଭଳି ସ୍ଥିତିରେ ମାଲକାନଗିରିରେ ମଣ୍ଡି ଅବ୍ୟବସ୍ଥା ଓ ଧାନ ଉଠାଣରେ ବିଳମ୍ବକୁ ନେଇ ଆଜି ରଣହୁଙ୍କାର ଦେଇଛି ଜିଲ୍ଲା କଂଗ୍ରେସ। ଆଜି ୧୨ ଘଣ୍ଟିଆ ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି।
​ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ମଣ୍ଡିରୁ ଧାନ ନ ଉଠିବା, ଟୋକନ୍ ବାତିଲ୍ ହେବା ଏବଂ ଚାଷୀଙ୍କୁ ଉପଯୁକ୍ତ ବୋନସ୍ ନମିଳିବା ଭଳି ୪ ଦଫା ଦାବି ନେଇ କଂଗ୍ରେସ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି।
​ଜିଲ୍ଲାର ପ୍ରମୁଖ ସହର ମାଲକାନଗିରି ସମେତ ବାଲିମେଳା, ମାଥିଲି, ପୋଟେରୁ, କାଲିମେଳା,MV ୭୯, ମୋଟୁ ଓ ଚିତ୍ରକୋଣ୍ଡା ଅଞ୍ଚଳରେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି। ଯାତାୟାତ ପ୍ରଭାବିତ ହୋଇଛି, ବସ୍ ଓ ଅନ୍ୟାନ୍ୟ ଯାନବାହନ ଚଳାଚଳ ବନ୍ଦ ଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
​ମାଲକାନଗିରି ଜିଲ୍ଲାର ସମସ୍ତ ମଣ୍ଡିରୁ ତୁରନ୍ତ ଧାନ ଉଠାଇବା।
​କ୍ଷତିପୂରଣ: ଅଦିନିଆ ବର୍ଷା ଓ କାଳବୈଶାଖୀ ଯୋଗୁଁ ଯେଉଁ ଚାଷୀଙ୍କ ଧାନ ଗଜା ହୋଇଛି କିମ୍ବା ନଷ୍ଟ ହୋଇଛି, ସେମାନଙ୍କୁ ତୁରନ୍ତ କ୍ଷତିପୂରଣ ଦେବା।
​ଶାଳିବସ୍ତା ଟଙ୍କା ଫେରସ୍ତ: ଚାଷୀଙ୍କୁ ୩ ବର୍ଷର ଶାଳିବସ୍ତା ଟଙ୍କା ଫେରସ୍ତ କରିବା।
​ସାମଗ୍ରୀ ଯୋଗାଣ: ସିଲିଣ୍ଡର ଗ୍ୟାସ୍, ଡିଜେଲ ଓ ପେଟ୍ରୋଲ ସଠିକ୍ ସମୟରେ ଯୋଗାଇ ଦେବା।
ବନ୍ଦ ପାଳନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଚେଷ୍ଟା କରାଯାଉଛି

6
986 views

Comment