ଟେମ୍ପରାରି କଲୋନି ବିଦ୍ୟାଳୟର ବାର୍ଷିକୋତ୍ସବ ।
ଟେମ୍ପରାରି କଲୋନି ବିଦ୍ୟାଳୟର ବାର୍ଷିକୋତ୍ସବ ।
ମାଲକାନଗିରି ତା ୨୪/୦୩
ଚିତ୍ରକୋଣ୍ଡା ବ୍ଲକ ଟେମ୍ପରାରି କଲୋନି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନଶିକ୍ଷକ ଦୂର୍ଯ୍ୟୋଧନ ସେଠିଙ୍କ ତତ୍ତ୍ବାବଧାନରେ ପାଳନ ହୋଇଯାଇଛି। ଏଥିରେ ଗୋଷ୍ଠୀ ଶିକ୍ଷାଧିକାରୀ ଗାୟତ୍ରୀ ଦେବୀ ମୁଖ୍ୟଅତିଥି ରୂପେ ଯୋଗଦେଇଥିଲେ | ସମ୍ମାନିତ ଅତିଥି ଭାବେ ଚିତ୍ରକୋଣ୍ଡା ମାଟିବନ୍ଧ ବିଭାଜନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ କୈଳାସ ଚନ୍ଦ୍ର ସେଠି, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ହେମନ୍ତ କୁମାର ନାୟକ, କୃପାସିନ୍ଧୁ ଆମ୍ବାଗୁଡ଼ିଆ, ମାଧବ ମହାନନ୍ଦିଆ, ମୁଖ୍ୟବକ୍ତା ଭାବେ ଦିଲ୍ଲୀପ ଓଝା ପ୍ରମୁଖ ମଞ୍ଚାସୀନ ହୋଇଥିଲେ | ପ୍ରଧାନଶିକ୍ଷକ ଦୂର୍ଯ୍ୟୋଧନ ସେଠି ବାର୍ଷିକ ବିବରଣୀ ପଠନ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶିକ୍ଷୟିତ୍ରୀ ସଂଗୀତା ମହାନ୍ତି, ଗୀତାଞ୍ଜଳି ବାରିକ, ପ୍ରୀତିପଦ୍ମା ମହାନ୍ତି, ମାଟ୍ରୋନ୍ ସସ୍ମିତା ରାଣୀ ନାୟକ, ଶିକ୍ଷକ ବିଜୟ କୁମାର ନାୟକ, ଜ୍ଞାନରଞ୍ଜନ ପଳେଇ, ଗଙ୍ଗାଧର ଖରା ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ରୀତା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ |