ବରପାଲି ପୋଲିସ ଦ୍ବାରା ୨୦ କେଜି ଗଞ୍ଜେଇ ସହ ୨ ଗିରଫ।
ବରଗଡ଼ ଜିଲ୍ଲା ବରପାଲି ଦେଇ ଛତିଶଗଡ ରାଜ୍ୟକୁ ଚୋରା ଗଞ୍ଜେଇ ଚାଲାଣ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଛି । ବରପାଲି ପୋଲିସ କୁ ଏ ଦିଗରେ ପୁଣି ଏକ ବଡ ସଫଳତା ମିଳିଛି । ବରଗଡ଼ ପୋଲିସ ଜିଲ୍ଲା ଆରକ୍ଷୀ ଅଧୂକ୍ଷକଙ୍କ ନିର୍ଦ୍ଦେଶରେ ବରପାଲି ପୋଲିସ ବରପାଲି- ବଲାଙ୍ଗୀର ରାସ୍ତାରେ ରାବଣଗୁଡ଼ା ଛକରେ ଚୋରା ଗଞ୍ଜେଇ ଏକ ବାଇକ୍ରେ ଯାଉଥିବା ବେଳେ ବାଇକ୍ ଆରୋହୀ ଦୁଇଜଣଙ୍କ ଠାରୁ ୨୦ କେଜି ୮୧୦ ଗ୍ରାମ ଗଞ୍ଜେଇ ଜବତ କରିଥିଲେ । ଗଞ୍ଜେଇ ସହ ଏକ ହିରୋ ହୁଣ୍ଡା ସି ଡି ଡିଲକ୍ସ (ସି ଜି ୦୪- ଡି କ୍ୟୁ - ୮୦୦୭), ଦୁଇଟି ମୋବାଇଲ୍ ଫୋନ୍, ନଗଦ ୧୫୧୦ ଟଙ୍କା ଜବତ କରିଛନ୍ତି । ଅଭିଯୁକ୍ତ ଦୁଇ ଜଣ ମଧ୍ୟପ୍ରଦେଶର ଦାମୋହ ଜିଲ୍ଲା ର କମଲେଶ ଯାଦବ(୩୮) ଓ ପ୍ରବିନ କୁମାର ଅହିୱାର (୫୪) ଙ୍କ ବିରୁଦ୍ଧରେ ଏନ୍ଡିପିଏସ୍ ବରପାଲି ଥାନା କେସ ନମ୍ବର ୧୨୭/୨୬ ଦଫାରେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଗଞ୍ଜେଇ ଜବତ ବେଳେ ମାଜିଷ୍ଟ୍ରେଟ ଭାବରେ ବରପାଲି ତହସିଲଦାର ରୁକ୍ମଣ ମେହେର ଉପସ୍ଥିତ ଥିଲେ । ବରପାଲି ରାସ୍ତାକୁ ଚୋରା ଗଞ୍ଜେଇ ରାସ୍ତା ଭାବରେ ନିୟମିତ ବ୍ୟବହାର କରାଯାଉଥିବାରୁ ରାସ୍ତାରେ ପୋଲିସ ଯାଞ୍ଚ ଆହୁରି କଡ଼ା କଡି କରିବା ପାଇଁ ସାଧାରଣରେ ଦାବୀ ହେଉଛି।