logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଦେବଗଡ଼ରେ ପୋଲିସର ଚଢ଼ାଉ: ବେଆଇନ ବନ୍ଧୁକ, ବାରୁଦ ଓ ବାଇକ୍ ଜବତ; ଅଭିଯୁକ୍ତ ଗିରଫ ।

ଦେବଗଡ ତା ୨୩/୦୩/୨୦୨୬ ରିଖ :- ରବିବାର ବିଳମ୍ବିତ ରାତିରେ ଜେପୋରର କୁମ୍ଭାର ସାହିର ୩୦ ବର୍ଷୀୟ କେଶବ ହେମ୍ରାମଙ୍କୁ ପୋଲିସ ସନ୍ଦେହଜନକ ଅବସ୍ଥାରେ ଅଟକାଇଥିଲା। ସେ ବାଇକ୍ (OD-19-B-3445) ଚଳାଉଥିବା ବେଳେ ଜିରୋ ପଏଣ୍ଟ ନିକଟରେ ପାଟ୍ରୋଲିଂ ଗାଡ଼ି ଦେଖି ପଛକୁ ଫେରିବାକୁ ଚେଷ୍ଟା କରିଥିଲେ।
ଏହାରୁ ସନ୍ଦେହ ହେବାରୁ ପୋଲିସ ତାଙ୍କୁ ପିଛା କରି ଖଇରପାଲି ହାଇସ୍କୁଲ ନିକଟରେ ଅଟକାଇଥିଲା। ତଲାଶି କାଳେ ତାଙ୍କ ପାଖରୁ ଏକ ସିଙ୍ଗଲ ବ୍ୟାରେଲ ଦେଶୀ ବନ୍ଧୁକ ଓ ବାରୁଦ ଜବତ ହୋଇଥିଲା।
ପ୍ରାରମ୍ଭିକ ତଦନ୍ତରେ ଜଣାପଡ଼ିଛି ଯେ କେଶବଙ୍କ ପାଖରେ ଏହି ଅସ୍ତ୍ର ପାଇଁ କୌଣସି ବୈଧ କାଗଜପତ୍ର ନଥିଲା। ସେ ବନ୍ୟପ୍ରାଣୀ ଶିକାର ସହିତ ବିଭିନ୍ନ ବେଆଇନ କାର୍ଯ୍ୟକଳାପ ପାଇଁ ବନ୍ଧୁକଟି ରଖିଥିବା ସନ୍ଦେହ କରାଯାଉଛି। ପୋଲିସ ବନ୍ଧୁକ, ବାରୁଦ ଓ ମୋଟରସାଇକେଲକୁ ଜବତ କରିଛି।
ସୋମବାର ଅଭିଯୁକ୍ତ କେଶବଙ୍କୁ କୋର୍ଟରେ ହାଜର କରାଯାଇଥିଲା। ତାଙ୍କ ଜାମିନ ଆବେଦନ ଖାରଜ ହୋଇଥିବାବେଳେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

0
0 views

Comment