ବିଶ୍ବାସ
|| *ବିଶ୍ୱାସ* ||
ମାନସ କୁମାର ମହାନ୍ତ
ଜୀବନ ନିଶ୍ୱାସ ଟିଏ
ନିଶ୍ୱାସ ବିଶ୍ୱାସ ଟିଏ,
ସେଇ ବିଶ୍ୱାସ ଟିକକ ପାଇଁ
ସମଗ୍ର ସୃଷ୍ଟି ଜିଉଁ ଥାଏ |
ଜୀବନ ସ୍ରୋତର ଧାର
ପାଣି, ମାଟି ଆଉ ପବନ,
ହେଲେ ମଣିଷ ଆଜି କରୁଛି ତାଣ୍ଡବ
ମୃତ୍ୟୁକୁ କରୁଛି ଆବାହନ |
ସମଗ୍ର ଜଗତକୁ
ଦମନ କରିବାର ପ୍ରଚଣ୍ଡ ଅଭିଳାଷା,
ନିଜର ବାହୁର ଛାୟା ତଳେ
ଚାପି ରଖିବାର ଅସରନ୍ତି ପିପାସା,
ହେ ନିଜକୁ ଈଶ୍ୱର ବୋଲାଉଥିବା
ମୂଢ଼ ମାନବ,
ଆସ ଥରେ ଦେଖିଯାଅ
ସେଇ ମଣିଷ ଗୁଡାକୁ,
କିଛି କ୍ଷଣ ପୂର୍ବରୁ
ଯେଉଁମାନେ ଶାନ୍ତିରେ ଜିଉଁଥିଲେ,
କେମିତି ଆଜି ସେମାନେ
ନିର୍ବାକ, ନିସ୍ତବ୍ଧ ଆଉ ପ୍ରାଣହୀନ |
ଅତି ସହଜରେ
ଜୀବନ ଜିଉଁଥିବା ମଣିଷ ଗୁଡାକ,
ଆଜି କେମିତି
ସାଜିଛନ୍ତି ନିଃସହାୟ ଏବଂ ନିର୍ଜୀବ |
ହେ, ସୃଷ୍ଟିର ସ୍ରଷ୍ଟା
ପ୍ରଭୁ ଶ୍ରୀ ନାରାୟଣ ସର୍ବ ହରି,
ପୁଣି ଥରେ ନିଅ ହେ ଅବତାର
ଏଇ ଧରାପୃଷ୍ଠରେ,
ଆଉ ମଣିଷ ଭିତରେ
ଶକ୍ତ ବସା ବାନ୍ଧିଥିବା ଦାନବକୁ ବଦ୍ଧ କରି,
ସମଗ୍ର ଧରାକୁ କର ଶାନ୍ତ ଆଉ ପବିତ୍ର
ତୁମ ଚରଣେ ଏତିକି ଗୁହାରି |
****************
*ନିଉଣ୍ଡି, ଉଖୁଣ୍ଡା, କେନ୍ଦୁଝର -୭୫୮୦୩୨
ମୋବାଇଲ -୯୭୭୬୭୭୬୭୭୬
ରିପୋର୍ଟ : ଡମ୍ବରୁ ମହାନ୍ତ
ଉପସ୍ଥାପନା ବାବୁଲାଲ ପଲେଇ, ଆଇମା ମିଡିଆ
ମୋବାଇଲ୍: ୯୪୩୭୧୫୨୯୩୬