logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଟାଙ୍ଗରପଡ଼ା ପଞ୍ଚାୟତରେ ବିଶ୍ୱ ଜଳ ଦିବସ ପାଳିତ।

ଟାଙ୍ଗରପଡ଼ା ପଞ୍ଚାୟତରେ ବିଶ୍ୱ ଜଳ ଦିବସ ପାଳିତ।

ପାଟଣା:୨୨/୦୩- ପାଟଣା ବ୍ଲକ ଅନ୍ତର୍ଗତ ଟାଙ୍ଗରପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଟାଙ୍ଗରପଡ଼ା ପଞ୍ଚାୟତ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରଦାନ ସଂସ୍ଥା ପକ୍ଷରୁ ବିଶ୍ୱ ଜଳ ଦିବସ ପାଳିତ ହୋଇଛି। ଏହି ଅବସରରେ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଳାଷ ରଞ୍ଜନଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜିତ ହୋଇଥିଲା। ସଭାରେ ବିଶ୍ୱ ଜଳ ଦିବସର ଗୁରୁତ୍ୱ ଓ ଜଳ ସଂରକ୍ଷଣ ବିଷୟରେ ଆଲୋଚନା କରାଯାଇଥିଲା।

ଏହାପରେ ଏକ ଶୋଭାଯାତ୍ରା ରେ ଜଳ ସୁପରିଚାଳନା କିପରି କରାଯିବ ସେ ବିଷୟରେ ସ୍ଲୋଗାନ ଦେଇ ଗ୍ରାମ ଓ ସାହିରେ ଶୋଭାଯାତ୍ରା ବୁଲି ସଚେତନତା ସୃଷ୍ଟି କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ପ୍ରଦାନ ସଂସ୍ଥାର ବ୍ଲକ ସଂଯୋଜକ କାର୍ତ୍ତିକ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜଳର ସୁରକ୍ଷା ଓ ସଂରକ୍ଷଣ ପାଇଁ ବିଭିନ୍ନ ପଦକ୍ଷେପ, ପାଣିର ସଠିକ୍ ଓ ସଞ୍ଚୟମୂଳକ ବ୍ୟବହାର, ପାନୀୟ ଜଳକୁ ପ୍ରତ୍ୟେକ ଘରକୁ ସଠିକ୍ ଭାବରେ ପହଞ୍ଚାଇବା ଉପାୟ ବିଷୟରେ ବ୍ୟାପକ ଆଲୋଚନା କରିଥିଲେ। ଓଡ଼ିଶା ଓ କେନ୍ଦ୍ର ସରକାରଙ୍କ ଜଳ ସମ୍ପର୍କିତ ବିଭିନ୍ନ ଯୋଜନା, ବିଶେଷକରି ମନରେଗା ଅଧୀନରେ ଜଳ ସୁରକ୍ଷା କାର୍ଯ୍ୟକ୍ରମ ଓ ଆଇ ଏନ ଆର ଏମ ଯୋଜନାଗୁଡ଼ିକୁ କିପରି ଗ୍ରାମ ଉନ୍ନୟନରେ ଅନ୍ତର୍ଭୁକ୍ତ କରିହେବ, ସେବିଷୟରେ ଆଲୋକପାତ କରିଥିଲେ। ଏହା ସହିତ ବିଶ୍ୱ ଜଳ ଦିବସ ୨୦୨୬ ର ବିଷୟ "ଜଳ ଉତ୍ସ ସମସ୍ତଙ୍କ ସମାନ ଅଧିକାର" ଉପରେ ଆଲୋଚନା କରି କହିଥିଲେ ଯେ ଜଳ ଉପରେ ମହିଳା, ପୁରୁଷ, ଜାତି, ଧର୍ମ ନିର୍ବିଶେଷରେସମସ୍ତଙ୍କର ସମାନ ଅଧିକାର ରହିଛି। ଏହି କାର୍ଯ୍ୟକ୍ରମଟିକୁ ଟାଙ୍ଗରପଡ଼ା ପଞ୍ଚାୟତ ଏମ୍.ବି.କେ. ଖୁଲଣା ନାୟକ ଓ ପଞ୍ଚାୟତ ଏ.ଡି.ଓ. ଜ୍ୟୋସ୍ନା ମହାନ୍ତ ମିଳିତଭାବେ ପରିଚାଳନା କରିଥିଲେ। ପ୍ରଦାନ ସଂସ୍ଥାର ସହାୟକ କର୍ମୀ ତ୍ରିଲୋଚନ ବାରିକ ଓ ପ୍ରଦୀପ ନାୟକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଶତାଧିକ ପୁରୁଷ ଓ ମହିଳା ଯୋଗଦାନ କରିଥିଲେ।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

2
815 views

Comment