logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମା’ ତାରିଣୀଙ୍କ ଦର୍ଶନ କଲେ ସାଂସଦ ଦିଲ୍ଲୀପ ରାୟ।

ମା’ ତାରିଣୀଙ୍କ ଦର୍ଶନ କଲେ ସାଂସଦ ଦିଲ୍ଲୀପ ରାୟ।

କେନ୍ଦୁଝର, : ୨୨|୦୨ ନବ ନିର୍ବାଚିତ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ
ଏବଂ ତାଙ୍କ ପତ୍ନୀ ପୂଜା ରାୟ ଶନିବାର ଘଟଗାଁ ଗସ୍ତରେ ଆସି କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ଦର୍ଶନ କରିଛନ୍ତି | ପୀଠରେ ପୂଜାର୍ଚ୍ଚନା କରିବା ସହ ମା'ଙ୍କର ଆଶିଷ ଭିକ୍ଷା କରିଥିଲେ। ସାଂସଦ ଶ୍ରୀ ରାୟ ସକାଳେ ସପରିବାରେ ଘଟଗାଁରେ ପହଞ୍ଚି ସିଧାସଳଖ ମା'ଙ୍କ ପୀଠକୁ ଯାଇଥିଲେ । ବରିଷ୍ଠ ପୂଜକ ଶରତ ଦେହୁରୀ ଦେବୀଙ୍କ ନିକଟରେ ଭୋଗ ଲାଗି କରିବା ସହ ସାଂସଦଙ୍କୁ ମା’ଙ୍କ ଆଳତି ଅର୍ପଣ କରିଥିଲେ | ମାନସିକ କରି ମା’ଙ୍କ ନିକଟରେ ୨୧୬ଟି ନଡ଼ିଆ ଅର୍ପଣ କରାଯାଇଥିଲା। ମନ୍ଦିର ପରିଚାଳନା ବୋର୍ଡର ପୂର୍ବତନ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ, ରାଜ୍ୟ ବିଜେପି ସମ୍ପାଦିକା ମମତା ସିଂହ, ନବନିଯୁକ୍ତ କେନ୍ଦୁଝର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ରୁଦ୍ର ପ୍ରସାଦ ବେହେରା, ଘଟଗାଁ ମଣ୍ଡଳ ସଭାପତି ରବୀନ୍ଦ୍ର କୁମାର ଦେହୁରୀ, ମକରଧ୍ବଜ ବେହେରା, ଘଟଗାଁ ବିଡିଓ ଖଗେଶ୍ବର ବରାଳ ପ୍ରମୁଖ ଉପସ୍ଥିତ ଥିଲେ | ଦର୍ଶନ ପରେ ଶ୍ରୀ ରାୟ କିଛି ସମୟ ପାଇଁ ଡାକବଙ୍ଗଳାରେ ଅବସ୍ଥାନ କରି ଭୁବନେଶ୍ବର ଫେରି ଯାଇଥିଲେ |

ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

4
656 views

Comment