ସ୍ବର୍ଗତ ଯୋଗେନ୍ଦ୍ର ଦାସଙ୍କ ସ୍ମୁତି ଉଦେଶ୍ୟରେ ଏକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ।
ସ୍ବର୍ଗତ ଯୋଗେନ୍ଦ୍ର ଦାସଙ୍କ ସ୍ମୁତି ଉଦେଶ୍ୟରେ ଏକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ।
କେନ୍ଦୁଝର:୨୧/୦୩ କେନ୍ଦୁଝର ପୁରୁଣା ସହରର ଅଗ୍ରଣୀ ଅନୁଷ୍ଠାନ ଘୁଙ୍ଗୁରୁ କ୍ଲବ କେନ୍ଦୁଝର ଡେଭେଲପମେଣ୍ଟ ଟ୍ରଷ୍ଟ ଓ ଭୂମିକା ଚକ୍ଷୁ ଚିକିତ୍ସାଳୟର ମିଳିତ ସହଯୋଗରେ ସ୍ବର୍ଗତ ଯୋଗେନ୍ଦ୍ରନାଥ ଦାସଙ୍କର ସ୍ମୁତି ଉଦେଶ୍ୟରେ ଏକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିରକୁ ଭୂମିକା ଅନୁଷ୍ଠାନର ଭାଇସ ଚେଏରମ୍ୟାନ ଡକ୍ଟର ବିଶ୍ୱଜିତ ମହାନ୍ତି, ମ୍ୟାନେଜର କର୍ଣ୍ଣାଟକେଶରୀ ଜେନା, ଉପଦେଷ୍ଟା ତଥା ସମାଜସେବୀ ଭକ୍ତବତ୍ସଳ ମହାନ୍ତି, ଘୁଙ୍ଗୁରୁ କ୍ଲବର ଉପସଭାପତି ମାନସ କୁମାର ଜେନା ଉଦଘାଟନ କରିଥିଲେ l ୧୦୦ରୁ ଅଧିକ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇ ୨୨ଜଣଙ୍କର ମୋତିଆ ବିନ୍ଦୁ ଚିହ୍ନଟ କରାଯାଇଥିଲା l ଭୂମିକା ଚକ୍ଷୁ ଚିକିତ୍ସାଳୟର ମ୍ୟାନେଜର ରଂଜିତ କୁମାର ପଣ୍ଡା, ଅପଟମ ସାଓନ ସୁନ୍ଦର ମାଈତି, ଭିଜନଟେକନିସିଆନ ଲାଲିମା ଜେନା, ସ୍ୱାସ୍ଥ୍ୟ ସେବିକା ପୁଜାରିଣୀ ମହାନ୍ତ, ମଧୁସ୍ମିତା ବେହେରା, ଅଞ୍ଜଳି ଜେନା, ସ୍ୱାସ୍ଥ୍ୟ ସଂଗଠକ ହିମାଂଶୁ ପାତ୍ର ପ୍ରମୁଖଙ୍କ ଦ୍ୱାରା ପରୀକ୍ଷା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ କ୍ଲବର ସମ୍ପାଦକ ସନ୍ତୋଷ ଦାସ, କାଉନସିଲର ଶରତ କୁମାର ସାହୁ, ସାମ୍ବାଦିକ ସତ୍ୟଜିତ ମିଶ୍ର, ସୁଦରସନ ମହାରଣା, ପ୍ରକାଶ କୁମାର ଦାସ, ସୁଶୀପ କୁମାର ସାହୁ, ସଂଜୀବ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ l
ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।