ବିଶ୍ୱ ବନୀକରଣ ଦିବସ–୨୦୨୬ ଦେବଗଡ଼ରେ ପାଳିତ ।
ଦେବଗଡ଼, ତା. ୨୧/୦୩/୨୦୨୬ ରିଖ :-
ଦେବଗଡ଼ ବନ ଡିଭିଜନର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ୟକ୍ରମ ବନଖଣ୍ଡ ଅଧିକାରୀ ରଶ୍ମି ଜିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର ଓ ଏସିଏଫ୍ ସ୍ୱାଧିନତା ସାହାଣୀ ଯୋଗ ଦେଇଥିଲେ। ଏଠାରେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡମାନଙ୍କ ସହିତ ବନ ବିଭାଗର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
ଏହି ଅବସରରେ ବନ ସୁରକ୍ଷା ଓ ସଚେତନତା କ୍ଷେତ୍ରରେ ସ୍ୱେଚ୍ଛାସେବା ପାଇଁ କିଛି ପଞ୍ଚାୟତ ଓ ଶିକ୍ଷାନୁଷ୍ଠାନକୁ ସମ୍ମାନିତ କରାଯାଇଥିଲା। ପୁରସ୍କୃତ ପଞ୍ଚାୟତମାନଙ୍କ ମଧ୍ୟରେ ଦେବଗଡ ଡିଭିଜନର ମଧ୍ୟପୁର ଓ ପାଲଲହଡ଼ା ସବ-ଡିଭିଜନର ସଇଡା ରହିଛି।
ହାଇସ୍କୁଲ ସ୍ତରରେ ଦେବଗଡ ଡିଭିଜନର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କଂସର ଏବଂ ପାଲଲହଡ଼ା ସବ-ଡିଭିଜନର ଗିରିସ୍ବର ସରକାରୀ ଉଚ୍ଚ ବିଦ୍ୟାଳୟକୁ ପୁରସ୍କୃତ କରାଯାଇଥିଲା। ସେହିପରି, ଭି.ଏସ୍.ଏସ୍ (VSS) ମଧ୍ୟରେ ମେନଯାରିବାହାଳ, ଦେଓଝରଣ, ଦମିତା, କୃତିବାସପୁର ଓ ବାଲିପୋସି ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।
କାର୍ୟକ୍ରମରେ ବନ ସୁରକ୍ଷା, ବୃକ୍ଷରୋପଣ ଓ ପରିବେଶ ସୁରକ୍ଷାର ଗୁରୁତ୍ୱ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।