logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଉଦଘାଟନ ପୂର୍ବରୁ ଭୁଶୁଡ଼ିଲା ଲକ୍ଷାଧିକ ଟଙ୍କାର ତୋରଣ: ନିର୍ମାଣର ମାନକୁ ନେଇ ଉଠିଲା ପ୍ରଶ୍ନ

ବରପାଲି ଶୀତଳ ଷଷ୍ଠୀ ଯାତ୍ରାର ସ୍ମାରକୀ ଭାବେ NH-26 ବରଗଡ଼-ବଲାଙ୍ଗୀର ରାସ୍ତା ଉପରେ ନିର୍ମିତ ସ୍ୱାଗତଂ ତୋରଣ ଉଦଘାଟନ ପୂର୍ବରୁ ଭାଙ୍ଗିଯାଇଛି। ପ୍ରାୟ ୧ କୋଟି ୨୬ ହଜାର ଟଙ୍କା ବ୍ୟୟରେ ନିର୍ମିତ ଏହି ଭବ୍ୟ ତୋରଣର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଥିବା ବେଳେ, ଗତକାଲିର ସାମାନ୍ୟ ପବନକୁ ଏହା ସହିପାରିନାହିଁ।
ଶିଳାନ୍ୟାସ: ବିଜେପୁର ବିଧାୟକ ସନତ ଗଡ଼ତିଆଙ୍କ ଦ୍ୱାରା ଏହାର ଶିଳାନ୍ୟାସ କରାଯାଇଥିଲା।
ସ୍ଥିତି: ଉଦଘାଟନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ହଠାତ୍ ତୋରଣର କିଛି ଅଂଶ ଭୁଶୁଡ଼ି ପଡ଼ିଛି। ସାମାନ୍ୟ ପବନରେ ଯଦି ଏହାର ଏପରି ଅବସ୍ଥା, ତେବେ ଆଗକୁ ଆସୁଥିବା କାଳବୈଶାଖୀ ସମୟରେ ଏହି ତୋରଣ କେତେ ସୁରକ୍ଷିତ ରହିବ, ତାକୁ ନେଇ ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି।
ନିର୍ମାଣ କାର୍ଯ୍ୟର ତଦାରଖ ଦାୟିତ୍ୱ କାହାର ଥିଲା? ଏତେ ବଡ଼ ବ୍ୟୟ ଅଟକଳରେ ନିର୍ମିତ କାମ କାହିଁକି ନିମ୍ନମାନର ହେଲା, ତାହାର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ।"
ବାହାବା ନେଉଥିବା ନେତା ଏବେ ନିରବ:
ତୋରଣ ନିର୍ମାଣ ସମୟରେ ଯେଉଁମାନେ ଶ୍ରେୟ ନେବା ପାଇଁ ଆଗଭର ହେଉଥିଲେ, ଏବେ ଘଟଣା ପରେ ସେମାନଙ୍କର ଦେଖା ମିଳୁନାହିଁ। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଛି।

4
108 views

Comment