logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସର୍ଟସାର୍କିଟ ଯୋଗୁଁ ହଠାତ୍ ଜଳିଗଲା ଗାଡ଼ି!

ସର୍ଟସାର୍କିଟ ଯୋଗୁଁ ହଠାତ୍ ଜଳିଗଲା ଗାଡ଼ି!

ଗୋନାସିକା: ୨୦/୦୩ (ଖଣ୍ଡାଧାର ନିଉଜ) କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ ଅନ୍ତର୍ଗତ ଗୋନାସିକା ବାରୁଣୀ ମେଳା ଦେଖିବାକୁ ଯାଉଥିବା ସମୟରେ ହଠାତ୍ ଜଳିଗଲା ଗାଡ଼ି, ଅଳ୍ପକେ ବର୍ତ୍ତିଲେ ୫ଜଣ ଯାତ୍ରୀ। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଗୋନାସିକା ଶିଙ୍କୁଳାପଦା ଘାଟିରେ। ସୂଚନା ଅନୁଯାୟୀ, ବାୟାକୁମୁଟିଆ ଗାଁରୁ ଗୌତମ ବେହେରା ପରିବାରର ୫ଜଣ ଲୋକ ନିଜମାକ୍ସିମୋ ଗାଡିରେ ଗୋନାସିକା ବାରୁଣୀ ମେଳା ଦେଖିବାକୁ ଯାଉଥିବା ସମୟରେ ଶିଙ୍କୁଳାପଦା ଘାଟିରେ ସର୍ଟସାର୍କିଟ ଯୋଗୁଁ ହଠାତ୍ ନିଆଁଲାଗି ଯିବାରୁ ଗାଡ଼ିରେ ବସିଥିବା ଲେକମାନେ ଗାଡ଼ିରୁ ଓହ୍ଲାଇପଡ଼ି ନିଜ ଜୀବନ ବଞ୍ଚାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଅଗ୍ନିକାଣ୍ଡରେ ଗାଡିର ଅଧିକାଂଶ ଅଂଶ ଜଳିଯାଇଛି। ଅଗ୍ନିକାଣ୍ଡର କାରଣ ସର୍ଟସାର୍କିଟ ଯୋଗୁଁ ହୋଇ ଥିବା ଅନୁମାନ କରାଯାଉ ଅଛି। (ମନୋଜ ପଟେଲଙ୍କ ରିପୋର୍ଟ)

7
879 views

Comment