ଚୌକାଠ ଓ ପଟା ଜବଦ କଲା ବନବିଭାଗ।
ଚୌକାଠ ଓ ପଟା ଜବଦ କଲା ବନବିଭାଗ।
ପାଟଣା:୨୦/୦୩- ପାଟଣା ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦାର ଙ୍କ ନିର୍ଦ୍ଧେଶ କ୍ରମେ ପାଟଣା ସେକ୍ସନ ର ପୋଇପାଣି ବିଟ ଅନ୍ତର୍ଗତ ଗୋପପୁର ଗ୍ରାମ ରୁ ବେଆଇନ ଭାବେ ଗଛିତ ହେଇଥିବା ଶାଳ ଏବଂ ଶାଗୁଆନ ଚୌକାଠ ଓ ପଟା ଜବତ କରିଛି ବନବିଭାଗ। କୌଣସି ସୂତ୍ରରୁ ଖବର ପାଇ ଗୋପପୁର ଗ୍ରାମର ରାହାସ ବିହାରୀ ନାୟକ ଙ୍କ ଘରେ ଅଚାନକ ଚଢ଼ାଉ କରାଯାଇଥିଲା।ଚଢ଼ାଉ ରେ ସାଗୁଆନ ପଟା 19 ଟା, ଶାଳ ଚୌକାଠ 41 ଟା ଓ ଶାଳ ବତା 34 ଟା ଜବଦ କରାଯାଇଛି। ଏହି କାଠ ର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ବନପାଳ ନିରଞ୍ଜନ ସେଠୀ ସୂଚନା ଦେଇଛନ୍ତି। ଚଢ଼ାଉ ରେ ପାଟଣା ବନପାଳ ନିରଞ୍ଜନ ସେଠୀ, ପାଟଣା ଏବଂ ପୋଇପାଣି ବିଟର ବନରକ୍ଷୀ ରାଜେଶ ଜେନାଙ୍କ ସହିତ ପାରା ସ୍କ୍ୱାଡ଼ ସାମିଲ ଥିଲେ। ଜବତ କାଠ ଗୁଡିକୁ ପାଟଣା ରେଞ୍ଜ ଅଫିସ କୁ ଅଣା ଯିବା ସହ ଗୋପପୁର ଗ୍ରାମର ରାହାସ ବିହାରୀ ନାୟକଙ୍କୁ ଗିରଫ କରାଯାଇଥିବା ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାର ସୂଚନା ଦେଇଛନ୍ତି।
ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।