logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାର୍ଚ୍ଚ ୨୭ରୁ ସେନା ବିଭାଗ ର ସ୍ୱାସ୍ଥ୍ୟ ଶିବିର।

ମାର୍ଚ୍ଚ ୨୭ରୁ ସେନା ବିଭାଗ ର ସ୍ୱାସ୍ଥ୍ୟ ଶିବିର।

ପାଟଣା:୨୦/୦୩- ଭାରତୀୟ ସେନା ବାହିନୀ ର ବାଲେଶ୍ୱର ସ୍ଥିତ ଷ୍ଟେସନ ହେଡ କ୍ବାଟର ତରଫରୁ ଆସନ୍ତା ମାର୍ଚ୍ଚ 27 ରୁ 29 ପର୍ଯ୍ୟନ୍ତ କେନ୍ଦୁଝର ଡି ଡି କଲେଜ ପଡ଼ିଆ ରେ ଏକ ମାଗଣା ଇ ସିଏସ ଏଚ ସ୍ବାସ୍ଥ୍ୟ ସେବା, ସି ଏସ ଡି କ୍ୟାଣ୍ଟିନ ସେବା ଓ ସୈନିକ ମାନଙ୍କ ସମସ୍ୟା ସମାଧାନ ନିମନ୍ତେ ଏକ କ୍ୟାମ୍ପ ଆୟୋଜନ ହେବା ପାଇଁ ଗତ ମାର୍ଚ୍ଚ 13 ତାରିଖ ଦିନ କେନ୍ଦୁଝର ଜିଲ୍ଲାପାଳ ଓ କେ ଡି ଏସ ଏଲ ଦ୍ୱାରା ହୋଇଥିବା ବୈଠକରେ ରେ ସ୍ଥିର କରା ଯାଇଥିଲା। ଉକ୍ତ ବିଷୟ କୁ ନେଇ ଆଜି ଅବସର ପ୍ରାପ୍ତ ସୈନିକ ସଙ୍ଘ ପାଟଣା ସାହାରପଡ଼ା ଦ୍ୱାରା ପାଟଣା ମୁଖ୍ୟାଳୟ ରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କିପରି ପାଟଣା ସାହାରପଡ଼ା ର ସମସ୍ତ ଅବସର ପ୍ରାପ୍ତ ସୈନିକ ଓ ବୀର ନାରୀ ମାନେ ଅଧିକ ରୁ ଅଧିକ ସଂଖ୍ୟାରେ ଯୋଗ ଦେଇ ମାଗଣା ଇ ସି ଏସ ଏଚ ସ୍ବାସ୍ଥ୍ୟ ସେବା, ସି ଏସ ଡି କ୍ୟାଣ୍ଟିନ ସେବା ଓ ସୈନିକ ମାନଙ୍କ ସମସ୍ୟା ସମାଧାନ ଲାଭ ପାଇ ପାରିବେ ତଥା ତାଙ୍କ ପାଇଁ କିପରି ଗାଡ଼ି ଆଦି ର ବ୍ୟବସ୍ଥା ହୋଇ ପାରିବ ସେ ବିଷୟ ରେ ଆଲୋଚନା କରିଥିଲେ। ଏଥିରେ ସମସ୍ତ ସଦସ୍ୟ ସହଯୋଗ କରିବା ପାଇଁ ସହମତି ପ୍ରକାଶ କରିଥିଲେ।

ସଙ୍ଘ ତରଫରୁ ବାହନ ଓ ସଦସ୍ୟ ଙ୍କ ସଂଖ୍ୟା କେ ଡି ଏସ ଏଲ କୁ ସୂଚିତ କରିବା ପାଇଁ ସ୍ଥିର କରାଗଲା। ଏହି ସଭାରେ ଉପସଭାପତି ଓ ସଂପାଦକ ଙ୍କ ସହିତ ଆସୋସିଏସନ୍ ର ସମସ୍ତ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

15
1046 views

Comment