ଜିଲ୍ଲା ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ
ଦେବଗଡ଼, ତା ୨୦/୦୩/୨୦୨୬ ରିଖ :-
ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା ବୈଠକ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଜିଲ୍ଲାରେ ଚାଲୁଥିବା ବିଭିନ୍ନ ଯୋଜନାର କାର୍ଯ୍ୟନିଷ୍ପାଦନ ଅବସ୍ଥା ପର୍ଯ୍ୟାଲୋଚନା କରାଯାଇଥିଲା। ସମସ୍ୟାଗୁଡିକର ଶୀଘ୍ର ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ବିଶେଷକରି ସ୍ୱଚ୍ଛ ଭାରତ ମିଶନ, ଗ୍ରାମୀଣ ଆବାସ ଯୋଜନା ଓ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ନିଶ୍ଚିତି ଯୋଜନା (ମନରେଗା) ଅଧୀନରେ ଚାଲୁଥିବା କାର୍ଯ୍ୟଗୁଡିକୁ ଗତିଶୀଳ କରିବା ସହ ଅପରିହାର୍ଯ୍ୟ ସମସ୍ୟାମାନଙ୍କୁ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଏହି ବୈଠକରେ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ରାଜେନ୍ଦ୍ର କୁମାର ମିଞ୍ଜ, ଅତିରିକ୍ତ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲୀପ କୁମାର ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିଆମାଳ ଆଦିତ୍ୟ ପଣ୍ଡା, ବାରକୋଟର ସୂର୍ଯ୍ୟକାନ୍ତ ବରିହା, ତିଲେଇବଣିର ପ୍ରିୟଦର୍ଶିନୀ ମିର୍ଦ୍ଧା, କାର୍ଯ୍ୟକ୍ରମ ପରିଚାଳକ (ଅର୍ଥ) ଆଶିଷ କୁମାର ବାରିକ୍ ସହ ଜିଲ୍ଲା ସ୍ତରୀୟ ବିଭିନ୍ନ ଅଧିକାରୀମାନେ ଉପସ୍ଥିତ ଥିଲେ।
ବୈଠକ ଶେଷରେ ଜିଲ୍ଲାର ସମଗ୍ର ଉନ୍ନୟନ ପାଇଁ ସମନ୍ୱୟମୂଳକ ଭାବେ କାମ କରିବାକୁ ଜିଲ୍ଲାପାଳ ଆହ୍ୱାନ