logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପଖାଳ ଦିବସ ପାଳିଲେ ଏମଭି ୭୯ର ଯୁବଗୋଷ୍ଠୀ

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ ଭି ୭୯ ଠାରେ ବହୁ ବର୍ଷ ଧରି କିଛି ଯୁବଗୋଷ୍ଠୀ ମିଶି ପାଳିଛନ୍ତି ପଖାଳ ଦିବସ। ମାଲକାନଗିରି ଜିଲ୍ଲା ରେ ବହୁ ଭାଷା ଭାଷୀ ଲୋକ ବାସ କରୁଥିଲେ ମଧ୍ୟ ଆଜି ସମସ୍ତେ ଏକତ୍ରୀତ ହୋଇ ଓଡିଶାର ଓଡ଼ିଆ ମାନଙ୍କ ଏହି ପଖାଳ ଦିବସ ଟିକୁ କରିଥିବା ଦେଖିବାକୁ ମିଳିଛି।
ପଖାଳ ହେଉଛି ଓଡ଼ିଆଙ୍କ ସବୁଦିନିଆ ଖାଦ୍ୟ ହୋଇଥିଲେ ବି ଖରାଦିନ ଆସିଲେ ବେଶି ମନେ ପଡ଼େ। ମଧ୍ୟାହ୍ନ ଭୋଜନରେ ଧନୀଠାରୁ ଗରିବ, ସମସ୍ତେ ଖୋଜନ୍ତି ପଖାଳ କଂସା। ଅତ୍ୟାଧୁନିକ ଜୀବନଶୈଳୀରେ ଅନେକ ପରମ୍ପରା ବଳି ପଡ଼ିଥିଲେ ବି ପଖାଳ ତା'ର ମହକ ହରାଇ ନାହିଁ। ପଖାଳ ଭୋଗ ଆକାରରେ ଜଗନ୍ନାଥ ଙ୍କୁ ଲାଗି ଥାଏ, ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଲୋକପ୍ରିୟ କରିବା ତଥା ଗ୍ରୀଷ୍ମକୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱବ୍ୟାପୀ ପଖାଳ ଦିବସ ଭାବେ ପାଳନ କରୁଛନ୍ତି। ସେଥିପାଇଁ କିଛି ବର୍ଷ ଧରି ଏହି ପଖାଳ ଦିବସକୁ ପାଳନ କରି ଆସୁଛନ୍ତି ଏମଭି ୭୯ର ଯୁବ ଗୋଷ୍ଠୀ l ତେବେ ଆଜି ଯୁବ ଗୋଷ୍ଠୀ ଏହି ପଖାଳ ଦିବସ ଟିକୁ ଖୁବ୍ ଧୁମ୍ ଧାମ୍ ରେ ପାଳନ କରିବାର ଦେଖିବାକୁ ମିଳିଛି l

ଯୁବ ଗୋଷ୍ଠୀଙ୍କ କହିବା ଅନୁସାରେ, ପ୍ରତି ବର୍ଷ ପଖାଳ ଦିବସ ପାଳି ଆସୁଛନ୍ତି । କିଛି ଲୋକେ ପଖାଳକୁ ପାସୋରି ଯାଉଥିବା ବେଳେ ମାଲକାନଗିରି ଜିଲ୍ଲାରେ ଅସହ୍ୟ ଖରା ଓ ଅଂଶୁଘାତଜନିତ ସମସ୍ୟାରୁ ନିଜକୁ ସୁରକ୍ଷିତ କରିବା ପାଇଁ ସମସ୍ତେ ପୁଣି ପଖାଳ ମୁହାଁ ହୋଇଛନ୍ତି । ଭାତରେ ପାଣି ଦେଇ ସେଥିରେ ଦହି, ଲେମ୍ବୁପତ୍ର, ସୋରିଷ ଲଙ୍କା ଛୁଙ୍କ କରି ପ୍ରସ୍ତୁତ କରାଯାଏ ପଖାଳ। ପୁଣି ପଖାଳ ସହିତ ବିଭିନ୍ନ ପ୍ରକାରର ଚଟଣି ଲୋକେ ଖାଇଥା'ନ୍ତି। ଧନିଆ, ନଡ଼ିଆ, ପୁଦିନା, ଆମ୍ବ, କରମଙ୍ଗା, ତେନ୍ତୁଳି, ଆମ୍ବୁଲ ସମେତ ସୁନୁସୁନିଆ, ଲେଉଟିଆ, ସଜନା, କଳମ ଆଦି ବିଭିନ୍ନ ପ୍ରକାରର ଶାଗଭଜା, ବିଭିନ୍ନ ପ୍ରକାର ଆଚାର ପଖାଳର ସ୍ବାଦକୁ ବହୁଗୁଣିତ କରିଦିଏ। ପୁଣି ପଖାଳ ମଧ୍ୟ ବିଭିନ୍ନ ପ୍ରକାର ଯଥା ଚାଇଁ ପଖାଳ, ବାସି ପଖାଳ, ଜିରା ପଖାଳ, ଦହି ପଖାଳ ଇତ୍ୟାଦି। ବିଭିନ୍ନ ଅଞ୍ଚଳର ଲୋକ ଭିନ୍ନ ଭିନ୍ନ ପ୍ରକାରେ ଏହା ପ୍ରସ୍ତୁତ କରନ୍ତି। ଆଜିର ଏହି ପଖାଳ ଦିବସ ରେ କିଛି ବରିଷ୍ଠ ସାମ୍ବାଦିକ ସହ ଏମ.ଭି-୭୯ ର ଯୁବଗୋଷ୍ଠୀ ଉପସ୍ଥିତ ରହି ଏହି ପଖାଳ ଦିବସ ଟିକୁ ଖୁବ ଆନନ୍ଦରେ ପାଳିଛନ୍ତି!ଏହାକୁ ଆଷିଶ କୁମାର ବାଇନ ଓ ସଂଜୀବ ହାଲଦାର,ଅମିତ ମଣ୍ଡଳ, ରାକେଶ ମଣ୍ଡଳ, ତପନ କୀତନିଆ, ରିକି ବାରିକ, ବିରାଜ ମଣ୍ଡଳ, ଭିକୁ ଢାଲି , ସୁଦିପ ଦତ୍ତ ଆୟୋଜନ କରିଥିଲେ l

ତେବେ ଏହି ବର୍ଷ ରନ୍ଧନ ଗ୍ୟାସ ଅଭାବ ପାଇଁ ମାତ୍ର ପାଞ୍ଚ ପ୍ରକାର ଆଇଟମ କରିଥିବା ସହ ଅଳ୍ପ ଲୋକଙ୍କ ମଧ୍ୟରେ ପାଳନ କରାଯାଇଥିଲା

l ଏହି ଯୁବ ଗୋଷ୍ଠୀ ପଖାଳ ଦିବସ ପାଳନ କରି ବହୁତ୍ ଖୁସି ଏବଂ ଆଗାମୀ ବର୍ଷ ମଧ୍ୟ ଏହି ପଖାଳ ଦିବସକୁ ଆହୁରି ଧୁମ୍ ଧାମ୍ ରେ ପାଳନ କରିବେ ବୋଲି ଆୟୋଜକ ଆଷିଶ ବାଇନ ଓ ସଂଜୀବ ହାଲଦାର କହିଛନ୍ତି।


7
2568 views

Comment