ଜିଲ୍ଲା ସ୍ତରୀୟ ବିଶ୍ୱ ପଖାଳ ଦିବସ ପାଳିତ
ଦେବଗଡ଼, ତା. ୨୦.୦୩.୨୦୨୬
ଦେବଗଡ଼ ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭୋଜନାଳୟ କକ୍ଷରେ ଜିଲ୍ଲା ସ୍ତରୀୟ ବିଶ୍ୱ ପଖାଳ ଦିବସ ଉତ୍ସାହ ଓ ଉଦ୍ଜାପନ ମାହୋଲରେ ପାଳିତ ହୋଇଯାଇଛି।
ଏହି ଅବସରରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ବନଖଣ୍ଡ ଅଧିକାରୀ ରଶ୍ମି ଜି, ମୁଖ୍ୟ ଉନ୍ନୟନ ତଥା ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ମିଞ୍ଜ, ଉପଜିଲ୍ଲାପାଳ ପରିକ୍ଷିତ ସାହୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ବର୍ଷା ରାଣୀ ମୁଣ୍ଡା, ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଭାରପ୍ରାପ୍ତ ପୌରପରିଷଦ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ, ବିଧାୟକଙ୍କ ପ୍ରତିନିଧି ଚନ୍ଦ୍ରଶେଖର ଭୁକ୍ତା, ବିଜେପି ସଭାପତି ଅରୁଣ କୁମାର ସାହୁ ଓ କଂଗ୍ରେସ ସଭାପତି ସେମ୍ ହେମରମ୍ ସହ ବହୁ ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ।
ଭୁବନେଶ୍ୱର ପାନ୍ଥ ନିବାସରେ ଆୟୋଜିତ ରାଜ୍ୟ ସ୍ତରୀୟ ପଖାଳ ପରବ–୨୦୨୬ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିବାବେଳେ ଏହାକୁ ଆଭାସୀ ମାଧ୍ୟମରେ ସମସ୍ତ ଜିଲ୍ଲା ସହ ଯୋଡ଼ାଯାଇଥିଲା।
୨୦୧୧ ମସିହା ମାର୍ଚ୍ଚ ୨୦ ତାରିଖରୁ ପାଳିତ ହୋଇଆସୁଥିବା ବିଶ୍ୱ ପଖାଳ ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ଓଡ଼ିଆଙ୍କ ପାରମ୍ପରିକ ଖାଦ୍ୟ ପଖାଳର ସ୍ୱାଦ ଓ ସଂସ୍କୃତିକୁ ବିଶ୍ୱ ପରିଚୟ ଦେବା। ଏହି ଅବସରରେ ସମସ୍ତ ଅତିଥିଙ୍କୁ ପଖାଳ ସହ ବିଭିନ୍ନ ଓଡ଼ିଆ ପାରମ୍ପରିକ ବ୍ୟଞ୍ଜନ ପରିବେଶନ କରାଯାଇଥିଲା।
କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ମନୋଜ କୁମାର ପାଢ଼ୀ, ଦିଲୀପ କୁମାର ଗୁରୁ, ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ, ପ୍ରକଳ୍ପ ପ୍ରଶାସିକା ସନ୍ଧ୍ୟା ମାଝି, ଡେପୁଟି କଲେକ୍ଟର ମୁକେଶ କୁମାର ଭୋଇ, କଳିଙ୍ଗ ଆଶିଷ ଶତପଥି, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଅମିଓ କୁମାର ସେଠୀ, ସହକାରୀ ଜିଲ୍ଲାପାଳ ତାପସ କୁମାର ମହନ୍ତ, ହେମନ୍ତ ସିଂ, ଈଶ୍ୱର ଗୁରୁ, ବରିଷ୍ଠ ନାଗରିକ ସଂଘ ସଭାପତି ଡ଼. ରାମଚନ୍ଦ୍ର ମହାପାତ୍ର, ଅଧ୍ୟାପକ ଚିତ୍ତରଞ୍ଜନ ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ସହ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ।