ପ୍ରି-ସେଟେଲମେଣ୍ଟ ବିକ୍ରୟ ଦଲିଲ ଆଧାରିତ ମ୍ୟୁଟେସନ ମାମଲାରେ ୩୪ ଜଣଙ୍କୁ RoR ପ୍ରଦାନ
ଦେବଗଡ଼ ତା ୨୦/୦୩/୨୦୨୬ ରିଖ :-
ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ଅନୁସାରେ ଓଡିଶା ସର୍ଭେ ଓ ସେଟେଲମେଣ୍ଟ ନିୟମ, ୧୯୬୨ ରେ ସଂଶୋଧନ କରାଯାଇ ନୂତନ ଅଧ୍ୟାୟ ୩୪(ଜି) ଯୋଗ କରାଯାଇଛି। ଏହି ସଂଶୋଧନ ଅନୁଯାୟୀ ତହସିଲଦାରମାନଙ୍କୁ ପ୍ରି-ସେଟେଲମେଣ୍ଟ ବିକ୍ରୟ ଦଲିଲ ଆଧାରିତ ସେଟେଲମେଣ୍ଟ ମାମଲାର ଫଇସଲା କରିବାକୁ କ୍ଷମତା ପ୍ରଦାନ କରାଯାଇଛି।
ଏହି ନୂତନ ବ୍ୟବସ୍ଥା ପ୍ରବର୍ତ୍ତନ ପରେ, ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳଙ୍କ ବିଚାରଧୀନ ଥିବା ୧୭୦ଟି ମାମଲାକୁ ବାରକୋଟ ତହସିଲଦାରଙ୍କ ନିକଟକୁ ନୂତନ ନିୟମ ଅନୁଯାୟୀ ଫଇସଲା ପାଇଁ ହସ୍ତାନ୍ତର କରାଯାଇଥିଲା।
ତହସିଲ କାର୍ଯ୍ୟାଳୟର ସକ୍ରିୟ ପଦକ୍ଷେପ ଫଳରେ, ଏହାମଧ୍ୟରୁ ୩୪ଟି ମାମଲାର ଫଇସଲା ସଫଳତାର ସହ ହୋଇ, ସମ୍ପୃକ୍ତ ୩୪ ଜଣ ଆବେଦନକାରୀଙ୍କୁ ଆଜି Record of Rights (RoR) ପ୍ରଦାନ କରାଯାଇଛି।
ଅବଶିଷ୍ଟ ମାମଲାଗୁଡିକର ଶୀଘ୍ର ଫଇସଲା ପାଇଁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି।
ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଦୀର୍ଘଦିନ ଧରି ଅପେକ୍ଷାରତ ମ୍ୟୁଟେସନ ଓ ସେଟେଲମେଣ୍ଟ ସମ୍ବନ୍ଧୀୟ ମାମଲାଗୁଡିକର ତ୍ୱରିତ ଫଇସଲା ସମ୍ଭବ ହୋଇପାରିଛି, ଯାହା ସାଧାରଣ ଲୋକଙ୍କୁ ଦ୍ରୁତ ନ୍ୟାୟ ଓ ସୁବିଧା ଯୋଗାଇବାରେ ସହାୟକ ହେବ।