ପରୀକ୍ଷା ଖାତାଦେଖି ଫେରିବାବେଳେ ବାଇକ୍ ଦୁର୍ଘଟଣାରେ ଶିକ୍ଷକ ଗୁରୁତର!
ପରୀକ୍ଷା ଖାତାଦେଖି ଫେରିବାବେଳେ ବାଇକ୍ ଦୁର୍ଘଟଣାରେ ଶିକ୍ଷକ ଗୁରୁତର!
କେନ୍ଦୁଝର,ତା୧୯/୩- ଘଟଗାଁ ଥାନା ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ହାଇସ୍କୁଲ,ମସିଣାବିଲl ପ୍ରଧାନଶିକ୍ଷକ ମୋହନ ଚରଣ ମହାନ୍ତ ଆଜି କେନ୍ଦୁଝରରୁ ଦଶମ ବୋର୍ଡ ପରୀକ୍ଷା ଖାତା ଦେଖି ଘରକୁ ଫେରିବାବେଳେ ଦୁର୍ଘଟଣାର ଶିକାର ହୋଇ ଗୁରୁତର ହୋଇଛନ୍ତି। ତାଙ୍କୁ ୨୦ ନମ୍ବର ଜାତୀୟ ରାଜପଥ ଖଜୁରୀଜୁଆଣି ନିକଟରେ ଅନ୍ୟ ଏକ ବାଇକ୍ ଚାଳକ ଧକୋଠା ଅଞ୍ଚଳର ବୁଦ୍ଧିଆ ବାରିକ୍ ପଛପଟୁ ଖୁବ୍ ଜୋରରେ ଧକ୍କା ଦେଇଥିଲା। ଫଳରେ ଶିକ୍ଷକଙ୍କ ଗୋଡ଼ ଭାଙ୍ଗି ଯିବାସହିତ ଶରୀରରେ ଗୁରୁତର ଆଘାତ ଲାଗିଛି। ଖବରପାଇ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାଏକ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଶିକ୍ଷକଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ପଠାଇଛନ୍ତି। ତତ୍ସହିତ ଦୁର୍ଘଟଣାଗ୍ରସ୍ତ ବାଇକ୍କୁ ଜବତ କରିଛନ୍ତି। ତେବେ ପଛପଟୁ ଦୁର୍ଘଟଣା ଘଟାଇଥିବା ଯୁବକର ସାମାନ୍ୟ ଆଘାତ ଲାଗିଥିବା ଜଣାଯାଇଛି।
ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।