ମହୀୟସୀ ମହିଳାଙ୍କ ମହାପ୍ରୟାଣ, ସବୁ ମହଲରୁ ଦ୍ୱାଦଶୀରେ ଅଶ୍ରୁଳ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ, ଦାମନଯୋଡି,କୋରାପୁଟ, ଓଡ଼ିଶା,ତା୧୯/୩/୨୬
ମହୀୟସୀ ମହିଳାଙ୍କ ମହାପ୍ରୟାଣ
ଦାମନଯୋଡି:-୧୯/୩ ସ୍ଥାନୀୟ ଦିଲ୍ଲୀ ପବ୍ଲିକ ସ୍କୁଲର ପ୍ରିନ୍ସିପାଲ ସୁଶ୍ରୀ ସୁଜାତା ପାଣିଙ୍କ ମାତା ଶ୍ରୀମତୀ କନକ ପାଣି ଜଣେ ସୁଗୃହିଣୀ,ଧର୍ମପରାୟଣ, ପରୋପକାରୀ,ସମାଜସେବୀ ମହୀୟସୀ ଆଗ ଧାଡିର ମହିଳାଙ୍କ ହିସାବରେ ଏ ଅଞ୍ଚଳରେ ଖୁବ୍ ଜଣାଶୁଣା ଥିଲେ ।ଗତ ତା ୮/୩/୨୬ରିଖ ଦିନ ୭୬ ବର୍ଷ ବୟସରେ ନାଲକୋ ହସ୍ପିଟାଲରେ ମହାପ୍ରୟାଣ ହୋଇଛି ।ପାରଳାଖେମୁଣ୍ଡି ନିବାସୀ ଶ୍ରୀମତୀ କନକ ପାଣିଙ୍କର ସୁକନ୍ଯା ସୁଜାତା,ସୁନୀତା ଓ ସୁପୁତ୍ର ଦୀନେଶ ବନ୍ଧୁ ପରିବାରବର୍ଗ ତରଫରୁ ଦ୍ବାଦଶାହ କାର୍ଯ୍ୟକ୍ରମ ସେକ୍ଟର ତିନିସ୍ଥିତ ମାଉସୀମାଆ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା ।ସବୁମହଲରୁ ସେହି ଅଜର ଅମର ଅବିନାଶୀ ଆତ୍ମାର ସଦଗତି ନିମନ୍ତେ ଗଭୀର ଅଶ୍ରୁଳ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା ।ତତ୍ ସହିତ ପରିବାରବର୍ଗଙ୍କୁ ଏହି ଅପୂରଣୀୟ, ଅଭାବନୀୟ ଘଡିସନ୍ଧି ମୁହୂର୍ତ୍ତରେ ଶାନ୍ତ୍ୱନା ପ୍ରଦାନ କରାଯାଇଥିଲା ।