ଭତ୍ତା ଓ ଆବାସରୁ ବଞ୍ଚିତ ଲଛମନ
19/3/26
ଭତ୍ତା ଓ ଆବାସରୁ ବଞ୍ଚିତ ଲଛମନ
କାଲିମେଳା ବ୍ଲକ ତେଲେରାଇ ପଞ୍ଚାୟତର ଛେଳିଆମୁଣ୍ତା ଗ୍ରାମର ଲଛମନ କୁମ୍ଭାର(୭୨)ଭତ୍ତା ଓ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ହାତଗୋଡ଼ ଫୁଲିଯିବାରୁ ପୂର୍ବ ଭଳି ଚଲାବୁଲା କରି ପାରୁନାହାନ୍ତି। ଗୋଟିଏ ସ୍ଥାନରେ ହିଁ ବସି ରହୁଛନ୍ତି। ତାଳପତ୍ର ଛପର ପର ତଥା ମାଟି ଘରେ ଦୟନୀୟ ଅବସ୍ଥାରେ ରହୁଛନ୍ତି ଲଛମନ ଓ ପତ୍ନୀ । ଭତ୍ତା ପାଇଁ ପଞ୍ଚାୟତ ଓ ବ୍ଲକ ନିକଟରେ ବାରମ୍ବାର ପ୍ରଶାସନ ଅଭିଯୋଗ କଲେ ବି କେହି କର୍ଣ୍ଣପାତ କରୁନଥିବା କହିଛନ୍ତି ଲଛମନା ତାଙ୍କ ଠାରୁ କମ୍ ବୟସର ପତ୍ନୀଙ୍କୁ ମାସକୁ ଭତ୍ତା ବାବଦରେ ୧ହଜାର ଟଙ୍କା ମିଳୁଛି । ପ୍ରଶାସନ କାହିଁକି ମୋତେ ଅଣଦେଖା କରୁଛି ବୋଲି କହିଛନ୍ତି ଲଛମନଙ୍କ ପୁଅ ବୁଦ୍ରା କୁମ୍ଭାର ଦଦରା ଘରେ ମଶା ଦାଉର ଉରୁ ରକ୍ଷା ପାଇବା ପାଇଁ ମଶାରି ଟଣା ହୋଇଥିଲେ ମଧ୍ୟ এ ଘର ଚାରିପଟେ କାନ୍ଥ ନଥିବାରୁ ବର୍ଷାଦିନରେ ଖୋଲାଗେ ରେ ଦିନ କାଟୁଥିବା ଦଂପତି କହିଛନ୍ତି । ବର୍ଷାଦିନେ ଏହି ଘରେ ରହିବା କଷ୍ଟକର ହୋଇପଡ଼ୁଥିବା କ୍ଷୋଭର ସହ କହିଛନ୍ତି। ଘରର ଜମି ନମିପଟ୍ଟା ନଥିବାରୁ ଏହି ପରିବା ବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇପାରୁନଥିବା ଜଣାପଡ଼ିଛି। କେବଳ ଲଛମନଙ୍କ ପରିବାର ନୁହେଁ ଛେଳିଆମୁଣ୍ଡା ଗ୍ରାମର କୌଣସି ବି ପରିବା ପରିବାରକୁ ପକ୍କା ତା ତାଳ ଘର ଯୋ ଯାଗାଇ ଦିଆଯାଇନଥିବା ଜଣାପଡ଼ିଛି |ପବନରେ ଛପର ଉଡାଇ ନେଉଥିଲେ ମଧ୍ୟ ବାପା ଓ ମାଆ ସେହି ଭଙ୍ଗା ଙ୍ଗାଘରେ ରହୁଥିବା ପୁଅ କହିବା ସହିତ ତୁରନ୍ତ ଆବାସ ଯୋ ଯାଜନାରେ ଗୃହ ଯୋଗାଇ ଦେବା ନିମନ୍ତେ ବୁଦ୍ରା ସରକାରଙ୍କୁ ନିବେଦନ କରିଛନ୍ତି ।