logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସ୍ୱର୍ଣ୍ଣକ୍ଷେତ୍ର ଗଦଗଦିରେ ଭାରତୀୟ ନବବର୍ଷ ଧୁମଧାମରେ ପାଳିତ।

*ସ୍ୱର୍ଣ୍ଣକ୍ଷେତ୍ର ଗଦଗଦିରେ ଭାରତୀୟ ନବବର୍ଷ ଧୁମଧାମରେ ପାଳିତ*

ଉଦୟପୁର, ଗଦଗଦି:୧୯/୦୩, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ସ୍ୱର୍ଣ୍ଣକ୍ଷେତ୍ର, ଗଦଗଦି, ଉଦୟପୁରରେ ଅଦ୍ୟ ଭାରତୀୟ ନବବର୍ଷ (ହିନ୍ଦୁ ନବବର୍ଷ) ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହିତ ପାଳନ କରାଯାଇଛି। ଯୁଗାବ୍ଦ ୫୧୨୮ ଚୈତ୍ର ଶୁକ୍ଳ ପ୍ରତିପଦା ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିବେଶ ଉତ୍ସବମୟ ହୋଇଯାଇଥିଲା।

ଏହି ଅବସରରେ ବିଦ୍ୟାଳୟର ପ୍ରାକ୍ତନ ସମ୍ପାଦକ ଶ୍ରୀ ହେମନ୍ତ କୁମାର ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିନ୍ଦୁ ନବବର୍ଷ ପାଳନର ମହତ୍ତ୍ୱ ଓ ହିନ୍ଦୁ କାଳ ଗଣନା ପଦ୍ଧତି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ସେ ଏହାକୁ ଭାରତୀୟ ସଂସ୍କୃତିର ଏକ ଗୌରବମୟ ପରମ୍ପରା ବୋଲି ବ୍ୟାଖ୍ୟା କରିଥିଲେ।

ଗୁରୁଜୀ ସନାତନ ମହାନ୍ତ ନବବର୍ଷ ପାଳନର ବୈଜ୍ଞାନିକ ଦୃଷ୍ଟିକୋଣ ଉପରେ ସାରଗର୍ଭିତ ଉପସ୍ଥାପନା କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପୁରୁଜିତ୍ ମୁନି ଭାରତର ପ୍ରାଚୀନ ସଂସ୍କୃତି ଓ ପାଶ୍ଚାତ୍ୟ ସଭ୍ୟତା ମଧ୍ୟରେ ତୁଳନାତ୍ମକ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ଦଶରଥ ମହାନ୍ତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଶେଷରେ ଗୁରୁଜୀ ଶ୍ରୀକାନ୍ତ ମହାନ୍ତ ଧନ୍ୟବାଦ ଜ୍ଞାପନ କରିଥିଲେ। ଶିଶୁ ଭଉଣୀ ଊର୍ମିଳା ମହାନ୍ତ ତାଙ୍କର ସୁମଧୁର କଣ୍ଠରେ ଗୀତ ଗାନ କରି ସମାରୋହକୁ ଅଧିକ ଆକର୍ଷଣୀୟ କରିଥିଲେ।

ସଭାରେ ଶିଶୁ ବିଦ୍ୟା ମନ୍ଦିରର ଉପ ସଭାପତି ଶ୍ରୀ ସନାତନ ପଲେଇ ସଭାପତିତ୍ୱ କରି ସମସ୍ତଙ୍କୁ ନବବର୍ଷର ଆଶୀର୍ବାଦ ଦେଇଥିଲେ। ଏହାସହିତ ଗୁରୁମା ପ୍ରତିଭା ଦାସ ଓ ଗୁରୁଜୀ ସନ୍ତୋଷ କୁମାର ମହାନ୍ତ କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା କରିଥିଲେ।

ଏହି ଅବସରରେ ପୂର୍ବତନ କୋଷାଧ୍ୟକ୍ଷ ତରଣୀ ସେନ ମହାନ୍ତ ସହ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି, ସମସ୍ତ ଗୁରୁଜୀ, ଗୁରୁମା, ସେବକ ଓ ସେବିକାମାନେ ଉପସ୍ଥିତ ଥିଲେ। ସମସ୍ତଙ୍କ ସମିକ୍ତ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ଶେଷ ହୋଇଥିଲା।

ଖଣ୍ଡାଧାର ନିଉଜ- କମଳଲୋଚନ ମହାନ୍ତ ଙ୍କ ରିପୋର୍ଟ।

7
602 views

Comment