logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଉପଜିଲ୍ଲାପାଳ ସଭାଗୃହ ରେ ବରିଷ୍ଠ ନାଗରିକ କଲ୍ୟାଣ ଆଇନ ଉପରେ ସଚେତନତା ଶିବିର । ----------------------------------------------

ଦେବଗଡ ତା ୧୮/୦୩/୨୦୨୬ ରିଖ :- ପୁରୁଣା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ପିତା-ମାତା ଓ ବରିଷ୍ଠ ନାଗରିକଙ୍କ ଭରଣ ପୋଷଣ ଓ କଲ୍ୟାଣ ଅଧିନିୟମ ୨୦୦୭ ଉପରେ ଜିଲ୍ଲାସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ଜାନୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରେବେକା ୱିଲୁଙ୍ଗ ମୁଖ୍ୟ ଅତିଥି ଭାବେ ଏବଂ ଉପଜିଲ୍ଲାପାଳ ପରକ୍ଷିତ ସାହୁ ବରଣ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଶିବିରକୁ ଉଦ୍ଘାଟନ କରିଥିଲେ।
ଅତିଥିମାନେ ତାଙ୍କର ଅଭିଭାଷଣରେ କହିଥିଲେ ଯେ, ଏହି ଆଇନ ଅନୁଯାୟୀ ବରିଷ୍ଠ ନାଗରିକମାନେ ସମ୍ମାନ ସହିତ ଜୀବନ ଯାପନ କରିବାର ଅଧିକାରୀ ଓ ସେମାନଙ୍କ ଉପରେ ହେଉଥିବା ଅନ୍ୟାୟ ଓ ଦୁର୍ବ୍ୟବହାରକୁ ରୋକିବା ଅତ୍ୟାବଶ୍ୟକ।
ପରେ ହେଲ୍ପ ଏଜ୍ ଇଣ୍ଡିଆ, ଭୁବନେଶ୍ୱରର ମାଷ୍ଟର୍ ଟ୍ରେନର ଭାରତୀ ଚକ୍ର ଓ ଦେବଶ୍ରୀ ବ୍ରହ୍ମା ବରିଷ୍ଠ ନାଗରିକମାନଙ୍କୁ ଆଇନ ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ଏହି ଶିବିରରେ ଜିଲ୍ଲା ଓ ବିଭିନ୍ନ ବ୍ଲକ୍‌ରୁ ଆସିଥିବା ବରିଷ୍ଠ ନାଗରିକମାନଙ୍କ ସହ ବାରକୋଟ ବ୍ଲକ୍‌ର ବିଏସଏସଓ ସୃଜନ କୁମାର ସାହୁ, ରିଆମାଳ ବ୍ଲକ୍‌ର ବିଏସଏସଓ ଭୂପେନ୍ଦ୍ର ପ୍ରଧାନ ଓ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମଟିଙ୍କ ସଂଯୋଜନା କରିଥିଲେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର।

0
0 views

Comment